ନ୍ୟାୟିକ ବ୍ୟବସ୍ଥା ପ୍ରଚଳନ ଯୋଗୁଁ ଗଣତନ୍ତ୍ର ସୁରକ୍ଷିତ ରହିଛି
ରାୟଗଡ,୨୮/୪: ରାୟଗଡ ଜିଲ୍ଳା ଓକିଲ ସଂଘ ତରଫରୁ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ୧୭୧ତମ ଜୟନ୍ତି ଅବସରରେ ରାୟଗଡ ବିଚାର ବିଭାଗ,ଅଦାଲତ ପରିସରେ ରବିବାର ଦିନ ଓକିଲ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅଦାଲତ ପରିସର ବାହାରେ ଥିବା ସ୍ଥାନୀୟ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ରବିବାର ସକାଳ ସାଢେ ୭ଟାରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା ।
ଏଥିରେ ରାୟଗଡ ଜିଲ୍ଳା ଦୈାରାଜର୍ଜ ସୋମଶେଖର ଜେନା, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ସମେତ ବିଭିନ୍ନ ଅଦାଲତର ବିଚାରପତି ଓ ଓକିଲ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ସଂଧ୍ୟା ୬ଟାରେ ଅଦାଲତ ପରିସରରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ (ଏକାଙ୍କିକା) ରାୟଗଡ ଓକିଲ ସଂଘ ଦ୍ୱାରା ପରିବେଷଣ କରାଯାଇଥିଲା । ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ୟୁ.ଦୁର୍ଗା ପ୍ରସାଦ ରାଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡ ଜିଲ୍ଳା ଓ ଦୈାରାଜର୍ଜ ସୋମଶେଖର ଜେନା,ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ ଏମ. ପ୍ରମୁଖ ମଂଚାସୀନ ହୋଇଥିବା ବେଳେ ଜିଲ୍ଳା ଓକିଲ ସଂଘର ସଭାପତି ବ୍ରଜସୁନ୍ଦର ନାୟକ ପ୍ରାରାମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିମାନଙ୍କୁ ମଂଚକୁ ଆଇନଜୀବି ବିନାୟକ କର ଆମନ୍ତ୍ରଣ କରିଥିବା ବେଳେ ଭି.ସନ୍ୟାସୀ ରାଜୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଏବଂ ମଧୁବାବୁ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଇନଜୀବିମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ ।
ଦେଶରେ ନ୍ୟାୟିକ ବ୍ୟବସ୍ଥା ପ୍ରଚଳନ ଥିବାରୁ ଗଣତନ୍ତ୍ର ସୁରକ୍ଷାରେ ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ରାଓ ନିଜ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ଜିଲ୍ଳାପାଳ ଓ ଏସ.ପି.ମଧୁବାବୁଙ୍କ ଉତ୍କଳ ପ୍ରଦେଶ ଗଠନ, ଓଡିଆ ଭାଷାର ପ୍ରଚଳନ ଦାବି ଆଦି ଅନେକ ବିଷୟରେ ତାଙ୍କର ତ୍ୟାଗପୂତ ଜୀବନ ଉପରେ ଆଲୋକପାତ କରିଥିଲେ । ସେହିପରି ଜିଲ୍ଳା ଓ ଦୈାରାଜର୍ଜ ଶ୍ରୀ ଜେନା ମଧୁବାବୁଙ୍କ ଓକିଲାତି ଜୀବନୀ ଉପରେ ମାର୍ଗଦର୍ଶନ କରିଥିଲେ । ୧୮୪୮ ମସିହା ଏପ୍ରିଲ ୨୮ଜୁନ୍ରେ ଜନ୍ମ ଗ୍ରହଣ କରିଥିଲେ ମଧୁବାବୁ । ବାଲେଶ୍ୱରରେ ଶିକ୍ଷକତା କରି ପରବର୍ତୀ ସମୟରେ ୧୮୭୮ମସିହାରେ କଲିକତାରେ ଓକିଲାତି କରି କଟକ ପ୍ରତ୍ୟାବର୍ତନ କରିଥିଲେ ଏବଂ ସେଠାରେ ଓକିଲାତି କରିଥିଲେ । ଉତ୍କଳ ସଭାର ଗଠନ,ସମ୍ବଲପୁର କଚେରୀରୁ ଓଡିଆ ଭାଷା ବିଲୋପ ଷଡଯନ୍ତ୍ର ଓ ଏହାର ପ୍ରତିବାଦ କରିଥିଲେ । ପାରଳାରାଜାଙ୍କ ଉତ୍କଳ ସମ୍ମିଳନୀରେ ଯୋଗଦାନ,ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗଦାନ,ଐତିହାସିକ ସ୍ୱାୟତ ଶାସନ ଓ ମ୍ୟୁନିସିପାଲଟି ସଂଶୋଧନ ଆଇନ ପ୍ରଣୟନ କରିବା ସହ ନିଜ ଜୀବନ କାଳରେ ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ସମସ୍ତ ଓଡିଆ ଜାତିକୁ ଏକ ସୂତ୍ରରେ ବାନ୍ଧି ରଖିବାର ଲକ୍ଷ୍ୟ ରଖିଥିଲେ । ୧୯୩୪ ମସିହାରେ ମଧୁବାବୁଙ୍କ ପରଲୋକ ହୋଇଥିଲା ।
ରାୟଗଡ ଜିଲ୍ଳା କୋର୍ଟରେ ୨୫ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ ଆଇନଜୀବି ରବିପ୍ରସାଦ ମହାପାତ୍ର,ରବିନ୍ଦ୍ର ନାୟକ,ସୁକାନ୍ତ ଦାସ,ଜିତେନ୍ଦ୍ର କୁମାର ମହାପାତ୍ର,ଜି.ସୁବାରାଇଡୁ ଚୈାଧୁରୀ,କିନ୍ତାଲି ରାଜୁ,ସୁରେନ୍ଦ୍ର କୁମାର ଶର୍ମାଙ୍କୁ ବରିଷ୍ଠ ଆଇନଜୀବିମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିବା ବେଳେ ମଂଚାସୀନ ଅତିଥିଗଣଙ୍କୁ ମଧ୍ୟ ଜିଲ୍ଳା ଓକିଲ ସଂଘ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ସଂଘ ସଂପାଦକ ପଦ୍ମନାଭ ଦାସ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମ୍ବର୍ଦ୍ଧନା ସଭାକୁ ସଂଘର ଉପସଭାପତି ଆଇନଜୀବି ଭି.ଅବତାରଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ (ଏକାଙ୍କିକା) ଆଇନଜୀବି ବୃନ୍ଦଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଓକିଲ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।