ଗୋଲାମୁଣ୍ଡା ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ଉତ୍କଳ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାସ୍ଥିତ ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ଉତ୍କଳ ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ପରିସରରେ ପରିଚାଳନା କମିଟିର ସଭାପତି ଇଞ୍ଜିନିୟର ପ୍ରିୟବ୍ରତ ସିପକାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦକ ରୋହିତ ତାଣ୍ଡି , ପରିଚାଳନା ନିର୍ଦ୍ଦେଶକ ଶାନ୍ତନୁ କୁମାର ପରିଡ଼ା ତଥା ବିଦ୍ୟାଳୟରେ ଅଧ୍ୟୟନରତ ଶତାଧିକ ଛାତ୍ର-ଛାତ୍ରୀଙ୍କ ଅଭିଭାବକ ଏବଂ ସ୍ଥାନୀୟ ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅଧ୍ୟକ୍ଷ ଅମର ନାଏକ ଉତ୍କଳ ଦିବସ ପାଳନର ମହତ୍ତ୍ଵ ବିଷୟରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉପାଧ୍ୟକ୍ଷା ଅଳକା କେଶରୀ ଓ ଶିକ୍ଷକ ଗୁଣନିଧି ରାଉତ ମଞ୍ଚ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ବିଜୟୀ ହୋଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଛାତ୍ର-ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ଉତ୍କଳୀୟ ପରମ୍ପରା ସମ୍ପର୍କିତ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଶିକ୍ଷକ ବିରେନ୍ଦ୍ର ସେନାପତି, ଲକ୍ଷ ରାଉତ, ଶମ୍ଭୁନାଥ ମେହେର, ଦେବେନ୍ଦ୍ର ନାଏକ, ରାଜେଶ ସା, ଦେବାଶିଷ ତେଜି, ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା, ସନ୍ଧ୍ୟାରାଣୀ ଖମାରୀ , ସସ୍ମିତା ସାଗର, ଲୋପାମୁଦ୍ରା ରାଉତ, ବିକାଶ ମଙ୍ଗରାଜ, ନରୋତ୍ତମ ଭାଟି, ହର୍ଷବତୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.