କଳାହାଣ୍ଡି: ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା, ୫ ଅଭିଯୁକ୍ତ ଫେରାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ୟା ଜନକ ଘଟଣା । ଏହି ଥାନା ଅଞ୍ଚଳର ବେନଗାଁ ଠାରେ ମାଁ ତାରିଣୀ ଯାତ୍ରା ହେଉଥିବା ବେଳେ ଏଥିରେ ହେଉଥିବା ନାଟକ ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ତିନଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ତିନିଜଣ ନାବାଳିକାଙ୍କୁ ସେହି ଥାନାଞ୍ଚଳର ୫ଜଣ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଏବେ ବିଜେପୁର ଥାନାରେ ରୁଜୁ ହେଇଛି । ଏନେଇ ପିଡିତାମାନଙ୍କ ଅଭିଯୋଗ ଆଧାରରେ ବିଜେପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବିଜେପୁର ଥାନାଧିକାରୀ ଲିଙ୍ଗରାଜ ସେଠି ମାମଲାର ତଦନ୍ତ କରୁଛନ୍ତି । ତେବେ ଅଭିଯୁକ୍ତ ୫ଜଣ ଫେରାର ହୋଇଯାଇଥିବା ବେଳେ ୩ଜଣ ନାବାଳିକାଙ୍କ ଆଜି ଡାକ୍ତରୀ ମାଇନା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.