ଓଡ଼ିଆ ବାର୍ତ୍ତା/ ସାନା: ୟେମେନ ରାଜଧାନୀ ସାନାରେ ଦଳଚକଟା ଯୋଗୁ ୮୫ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଏକ ସ୍କୁଲରେ ରିଲିଫ ସାମଗ୍ରୀ ବଣ୍ଟାଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଥିଲା। ଗାର୍ଡିଆନ୍ରେ ପ୍ରକାଶିତ ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଏହି ଘଟଣାରେ ୩୨୨ ଜଣ ଆହତ ହୋଇଥିବା ହାଉତି ସୁରକ୍ଷା କର୍ମଚାରୀ ସୂଚନା ଦେଇଛନ୍ତି।
Breaking: 79 people killed and 110 injured after a stampede in a school in Sanaa, Yemen where poor people gathered to receive charities during Ramadan.
📽️@SaadAbedine#Yemen pic.twitter.com/f0ti65IUQB
— World Times (@WorldTimesWT) April 20, 2023
ସ୍ଥିତି ଏମିତି ହୋଇଛି ଯେ ରାସ୍ତାରେ ଲୋକଙ୍କ ଶବ ଗଦା ହୋଇ ପଢ଼ିଛି। ସେମାନଙ୍କ ଭିତରୁ ବଞ୍ଚିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରଶାସନ ସୂଚନା ଦେଇଛି। ରିଲିଫ୍ ସାମଗ୍ରୀ ନେବାକୁ ବହୁ ସଂଖ୍ୟାର ଲୋକଙ୍କ ଭିଡ଼ ଦେଖି ହାଉତି ସେନା ଏହାକୁ ନିୟନ୍ତ୍ରଣ କରିବାକୁ ଫଲ୍ସ ଫାୟାରିଂ କରିଥିଲା। ଗୁଳିଯାଇ ସିଧା ଇଲେକ୍ଟ୍ରିକ୍ ତାରରେ ବାଜିଥିଲା। ଲୋକେ ଭୟରେ ଡରିଯାଇ ଏଣେ ତେଣେ ଧାଇଁବାକୁ ଲାଗିଥିଲେ। ଫଳରେ ଦଳଚକଟା ଆରମ୍ଭ ହୋଇଯାଇଥିଲା।
Shocking images of the stampede that killed 78 people in #Sanaa #Yemen pic.twitter.com/OrfFNP0AUy
— Sami AL-ANSI سـامي العنسي (@SamiALANSI) April 20, 2023
ସ୍ଥିତି ଏମିତି ହୋଇଥିଲା ଯେ ଜଣଙ୍କ ଉପରେ ଜଣଙ୍କର ମୃତଦେହ ପଡ଼ିଥିଲା। ସମସ୍ତ ମୃତମଣିଷଙ୍କ ଗଦାରୁ କାଢ଼ାଯାଉଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଆଗକୁ ରମଦାନ ମାସ ଶେଷ ହେଉଛି। ଇଦ ଅଲ ଫିତର ପର୍ବ ରହିଛି। ତା ପୂର୍ବରୁ ୟେମେନ୍ରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଶୋକରେ ପକାଇ ଦେଇଛି। ଏହି ଘଟଣାରେ ସହାୟତା ବାଣ୍ଟୁଥିବା ଦୁଇ ଅର୍ଗାନାଇଜରଙ୍କୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ହାଉତି ଇଣ୍ଟରିୟର ମିନ୍ତ୍ରଣାଳୟ କହିଛି।