ଜଳଜ ଉଦ୍ଭିଦ ଘେରରେ ତେରେସିଂହାର ବଡ଼ ପୋଖରୀ; ପାଣି ଥାଇବି ଗାଧୋଇ ପାରୁନାହାନ୍ତି ଲୋକେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡିର ଅନ୍ୟତମ ଜନବହୁଳ ତଥା ଐତିହାସିକ ଗ୍ରାମ ଭାବେ ପରିଚିତ ଥିବା କର୍ଲାମୁଣ୍ଡା ବ୍ଲକର ତେରେସିଂହା ଗ୍ରାମରେ ଥିବା ବଡ଼ ପୋଖରୀ(ଡୁମେରମୁଡ଼ା)ରେ ପ୍ରଚୁର ପାଣି ଥାଇବି ଗାଧୋଇ ପାରୁ ନାହାନ୍ତି ଗ୍ରାମବାସୀ lଗତ ବର୍ଷ ଠାରୁ ଏହି ପୋଖରୀରେ ଏକ ନୂତନ ଜଳଜ ଉଦ୍ଭିଦ ପୋଖରୀ ସାରା ପ୍ରଚୁର ମାତ୍ରାରେ ଭାସୁ ଥିବାରୁ ଗାଧୁଆ ଘାଟ ଗୁଡ଼ିକରେ ଗାଧୋଇ ହେଉନାହିଁ l ତାହା ଗାଧୁଆ ଘାଟକୁ ମାଡ଼ିଆସିଥିବାରୁ ଘାଟ ବି ଆଉ ଦିଶୁନାହିଁ କି ଗାଧିବା ବି ସମ୍ଭବ ହେଉନାହିଁ l ଦିନକୁ ଦିନ ପାଣି ମଧ୍ୟ ଦୂଷିତ ହେବାରେ ଲାଗିଛି l ପୋଖରୀର ଏହି ଦଳକୁ ସଫା କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ହେଁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି l ଯା’ ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ବିଭିନ୍ନ ମତ ପ୍ରକାଶ ପାଉଥିବା ଦେଖାଯାଇଛି l ଏ ନେଇ ସ୍ଥାନୀୟ ସରପଞ୍ଚ ପ୍ରମୋଦ ସୁନାଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ପ୍ରତିକାର ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଛନ୍ତି l ପ୍ରକାଶଥାଉକି ବର୍ତମାନ ସାତ ୱାର୍ଡବିଶିଷ୍ଟ ତେରେସିଙ୍ଗା ଗ୍ରାମରେ ଜନସଂଖ୍ୟା ହେଉଛି ଚାରି ହଜାର ପାଞ୍ଚ ଶହ ରୁ ଅଧିକ l ଗ୍ରାମର ଅଶୀ ପ୍ରତିଶତରୁ ଅଧିକ ଲୋକେ ଏହି ପୋଖରୀରେ ନିର୍ଭର କରିଥାନ୍ତି l ପୋଖରୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଦିଗରେ ମଧ୍ୟ ସରକାର ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.