ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣାର ଜଣେ ଜଣାଶୁଣା ବ୍ୟକ୍ତିତ୍ବ, କଳାହାଣ୍ଡି ରାଜ ପରିବାରର ପୂର୍ବତନ ରାଜ କୂଳ ପୁରୋହିତ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ପୁରୋହିତ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ନବରଙ୍ଗପୁର ଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ସମୟରେ ତାଙ୍କର ଏକମାତ୍ର ପୁତ୍ର ସୋମନାଥ ପୁରୋହିତ, ପୁତ୍ରବଧୂ ଜ୍ୟୋତି ପୁରୋହିତ, ନାତି ଆଶୁତୋଷ ପୁରୋହିତ ଏବଂ ଶିବଶକ୍ତି ପୁରୋହିତଙ୍କ ସହ ଜ୍ୱାଇଁ ଲକ୍ଷ୍ମଣ ଦାଶ, ଜଗନ୍ନାଥ ମହାପାତ୍ର, ସୁଧୀର ଆଚାର୍ଯ୍ୟ, ପ୍ରଦୀପ ରଥ ଏବଂ ଝିଅ ଚନ୍ଦ୍ରିକା ଦାଶ, କୁମଦିନୀ ମହାପାତ୍ର, ଶୋଭା ଆଚାର୍ଯ୍ଯ, ସୁକାନ୍ତି ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏକ ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ଵର୍ଗଦ୍ଵାର ଠାରେ ସ୍ଵର୍ଗତ ପୁରୋହିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୋମନାଥ ପୁରୋହିତ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକପ୍ରକାଶ ପାଇଛି ।