କୋଚି ୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ କୋଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେରଳର ତିରୁବନ୍ତପୁରମ ସ୍ଥିତ କେନ୍ଦ୍ରୀୟ ଷ୍ଟାଡିୟମଠାରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜି (୨୫.୪୨୦୨୩) ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ କୋଚି  ୱାଟର ମେଟ୍ରୋର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ , ତିରୁବନ୍ତପୁରମଠାରେ ବିଭିନ୍ନ ରେଳ ପ୍ରକଳ୍ପ ଓ ଡିଜିଟାଲ ବିଜ୍ଞାନ ଉଦ୍ୟାନ ଶିଳାନ୍ୟାସ ଅନ୍ତର୍ଭୁକ୍ତ । ପୂର୍ବରୁ ପ୍ରଧାନମନ୍ତ୍ରୀ ତିରୁବନ୍ତପୁରମ ଓ କାଶରଗଡ ମଧ୍ୟରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ ।

Omkar Vasthu
Omkar Vasthu

ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ କୋଚିର ପ୍ରଥମ ୱାଟର ମେଟ୍ରୋ ଏବଂ ବିିଭିନ୍ନ ରେଳବାଇ ବିକାଶ ପ୍ରକଳ୍ପ ଅନ୍ତର୍ଭୁକ୍ତ ବୋଲି କହିଥିଲେ।  ଏହିସବୁ ବିକାଶମୂଳକ ପ୍ରକଳ୍ପ ନିମନ୍ତେ ସେ କେରଳ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Pearl dental clinic
Near Ashish Medical Store, Bhawanipatna

କୋଚି ୱାଟର ମେଟ୍ରୋ ଏକ ଭାରତ ତିଆରି ପ୍ରକଳ୍ପ ଓ ଏଥିପାଇଁ ସେ କୋଚି ବନ୍ଦର ଓ ସିପ୍ ୟାର୍ଡକୁ ବିକାଶ ପାଇଁ ଅଭିନନ୍ଦନ ଜଣାଇଥିଲେ । କୋଚି ୱାଟର ମେଟ୍ରୋ କୋଚି ଆଖପାଖରେ ରହୁଥିବା  ଜନସାଧାରଣଙ୍କ ନିମନ୍ତେ ଆଧୁନିକ ତଥା ଶସ୍ତା ପରିବହନ ସଂଯୋଗ ଯୋଗାଇବା ସହ ବସ୍ ଟର୍ମିନାଲ ଓ ମେଟ୍ରୋ ନେଟୱାର୍କ ସହ ଯୋଗାଯୋଗ ସୁବିଧା କରାଇବ । ଏହା ରାଜ୍ୟରେ ଜଳବେଷ୍ଟିତ ଭୂଭାଗ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ଯାନବାହନ ଗହଳି ମଧ୍ୟ ହ୍ରାସ କରିବ । ଦେଶର ଅନ୍ୟାନ୍ୟ ରାଜ୍ୟ ନିମନ୍ତେ କୋଚି ୱାଟର ମେଟ୍ରୋ ଏକ ଆଦର୍ଶ  ହେବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ।

Udyog Nursery
Udyogi Nursery

ପ୍ରଧାନମନ୍ତ୍ରୀ ମଙ୍ଗଳବାର ୩୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ କୋଚି ୱାଟର ମେଟ୍ରୋ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପ କୋଚି ଆଖପାଖର ଦଶଟି ଦ୍ୱୀପକୁ ବ୍ୟାଟେରୀ ଚାଳିତ ଇଲେକଟି୍‌ର ହାଇବ୍ରିଡ ନୌକା ଜରିଆରେ ସଂଯୋଗ କରୁଛି ।

କୋଚ ୱାଟର ମେଟ୍ରୋ ରେଳ ବ୍ୟତୀତ ଡିଣ୍ଡିଗୁଲ-ପାଲାନୀ ପାଲ୍‌କାନ ସେକ୍ସନ ରେଳ ବିଦ୍ୟୁତୀକରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ତିରୁବନ୍ତପୁରମ, କୋଝିକୋଡ-ଭାରକାଲା- ଶିବଗିରି ରେଳଷ୍ଟେସନ ନବୀକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି । ତିରୁବନ୍ତପୁରମ-ସୋର୍ଣ୍ଣୁର ସେକ୍ସନର ଗତି ବୃଦ୍ଧି ସହ ନିମୋନ ଓ କୋଚୁଭେଲୀ ଓ ତିରୁବନ୍ତପୁରମର ବ୍ୟାପକ ଉନ୍ନୟନ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.