ଜେକେ କାଗଜ କଳ ପକ୍ଷରୁ ମଲ୍ଟି ସ୍ପେସିଆଲିଟି ସ୍ଵାସ୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମଲ୍ଟି ସ୍ପେସିଆଲିଟି ସ୍ଵାସ୍ଥ୍ୟ ଶିବିର ଜେକେ କାଗଜ କଳର ସିଏସ୍ଆର ବିଭାଗ ତରଫରୁ ମେଡିକଭର ହସପିଟାଲ, ବିଶାଖାପାଟଣା ସହଭାଗିତାରେ ଏକ ମେଗା ମଲ୍ଟି ସ୍ପେସିଆଲିଟି ସ୍ଵାସ୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁ ବିଶେଷଜ୍ଞ ଡ. ଅନିତା ତ୍ରିପାଠୀ, ହୃଦ୍ ରୋଗ ବିଶେଷଜ୍ଞ ଡ.ଅର୍ଚନା ବେହେରା, ଅସ୍ଥି ଶୈଲ୍ୟ ବିଶେଷଜ୍ଞ, ଡ. ପ୍ରବୀଣ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ରାଧିକା, ଭେଷଜ ବିଶେଷଜ୍ଞ ଆର୍.ରାଜେଶ କୁମାର ଉପସ୍ଥିତ ରହିଥିବା ବେଳେ ଏହି ଶିବିରରେ ଆଖପାଖ ଅଞ୍ଚଳର ୨୦୬ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵାସ୍ଥ୍ୟ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଜେକେ କାଗଜ ଡିସ୍ପେନ୍ସାରିର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. କେ. ଭି.ରାଓ ଓ ପଦ୍ମା ଯଶବନ୍ତ ପରିଚାଳନା କରିଥିଲେ। ଅନ୍ୟାନ୍ୟ ଅଧିକାରୀ ମଧ୍ଯରେ ଜେକେ କାଗଜ କଳର ଉପସଭାପତି (ବାଣିଜ୍ଯ) ବିଶ୍ୱଜିତ୍ ଦ୍ଵିବେଦୀ ଓ ମହାପ୍ରବନ୍ଧକ ମାନବ ସମ୍ବଳ, ସନ୍ଦୀପ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.