ଡେଙ୍ଗ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ଗ୍ରାମ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବଲପୁର ଧର୍ମାଞ୍ଚଳିୟ ଯୁବ ସହଭାଗିତା ଓ ପାଶ୍ଚାତ୍ୟ ଉତ୍କଳ ଖ୍ରୀଷ୍ଟିୟ ଉଦ୍ ଯୋଗ ସମିତି ତରଫରୁ ଡେଙ୍ଗ ଉଦ୍ ଯୋଗ ସମିତି ଅନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧର୍ମାଞ୍ଚଳିୟ ଯୁବ ସହଭାଗିତା କୋଷାଧ୍ୟକ୍ଷ ତଥା ଡବ୍ଲୁୟୁସିଇୟୁ ଟିଟିଲାଗଡ ଭ୍ରାମ୍ୟମାଣ ସଂପାଦକ ଏସ.ବି. ଇନ୍‌ଟରସନ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଉତ୍ତର ଭାରତୀୟ ମଣ୍ଡଳିୟ ପାଳକ ଆଚାର୍ଯ୍ୟ ଜ୍ୟୋତିର୍ମୟ ତାଣ୍ଡି ଓ ସମ୍ମାନିତ ଅତିଥି ଭାବରେ ଡେଙ୍ଗ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ର, ଡ. ଦେବୀ ପ୍ରସାଦ ମହାପାତ୍ର, ଡ. ବିଶ୍ୱଜିତ ମିଶ୍ର, ସମାଜସେବୀ ଟିକେଶ୍ୱର ସାହୁ, ପାଷ୍ଟୋରୋଟ ଯୁବ ସହଭାଗିତା ସଂପାଦକ ଏସ୍‌.ବି. ଇମରସନ, ପାଷ୍ଟୋରେଟ ସଂପାଦକ ଦିପ୍ତି ନନ୍ଦ, ଯୁବନେତା ସାମୁଏଲ ନନ୍ଦ, ବୈଜ୍ୟେଷ୍ଠ ବ୍ୟକ୍ତି ଭାବରେ ବିନୋଦ ବିହାରି ସାଗର, ବିରଞ୍ଚଲାଲ ସାଗର ପ୍ରମୁଖ ଯୋଗଦାନ କରିଥିଲେ । ଗ୍ରୀଷ୍ମ ସମୟରେ ରକ୍ତଦାନ କରୁଥିବା ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ମହତ କାମ ପାଇଁ ପ୍ରଶଂସା କରିଥିଲେ । ପ୍ରଥମରେ ଉତ୍ତର ଭାରତ ମଣ୍ଡଳିର ପାଳକ ଆଚାର୍ଯ୍ୟ ଜ୍ୟୋତିର୍ମୟ ପ୍ରାର୍ଥନା କଲା ପରେ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଶିବିରରେ ୩୭ ଜଣ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଉଦ୍ ଯୋଗ ସମିତିର କୁମୁଦ ନାଗ, ଅଜୟ ସାଗର, ସୁଜତ ସାଗର, ପ୍ରମୋଦ ନାଗ,ଦାନ ସାଗର, ସିଲି ସାଗର, ପ୍ରିୟଙ୍କା ନାଗ, ଝରଣା ସାଗର, ଶିତଲ ସୁନା, ଏଞ୍ଜେଲ ସାଗର, ଏନ୍‌.ବି. ବେବାର, ସୌରଭ ଦଲାଇ, ମିନତି ନନ୍ଦ, ଭକ୍ତବନ୍ଧୁ ନାଗ, ଅମିତା ସୁନା, ତ୍ରିଲୋଚନ ନାଗ, ସ୍ୱେଚ୍ଛାସେବୀ ପ୍ରଶାନ୍ତ ରଣା, ଉଦ୍ଧବ ଛତ୍ରିଆ, ପ୍ରକାଶ ରଣା, ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବଲାଙ୍ଗିର ବ୍ଲଡ ବ୍ୟାଙ୍କ କର୍ମଚାରୀ ଶେକ୍ ଅବଦୁଲ ଅସରଫ, ଜ୍ୟୋତିର୍ମୟ ନାୟକ, ଅଜିତ କୁମାର ସାହୁ, ରଂଜିତ ବେହେରା, କେଶବ ଷାଣ୍ଢ, ଶୁଶିଲ ସୁନା, ଶ୍ରୀକାନ୍ତ ନାଏକ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମକୁ ଡବ୍ଲୁୟୁସିଇୟୁ ଯୁଗ୍ମ ସଂପାଦକ ତଥା ମଣ୍ଡଳି କୋଷାଧ୍ୟକ୍ଷ ହୋସେନ ସାଗର ପରିଚାଳନା କରିଥିବା ବେଳେ ଶିକ୍ଷକ ରାମନାରାୟଣ ଦାଶ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.