ଜିଲ୍ଲା ମହିଳା ଯାଦବ ଅଧ୍ୟକ୍ଷାଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ସଂଗଠନ ମଜଭୂତ କରିବା ଉପରେ ଗୁରୁତ୍ୱ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସହର ନିକଟସ୍ଥ କୁଶା ଡଙ୍ଗରି ଜଳେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ଉପସଭାପତି ତଥା ଜିଲ୍ଲା ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ସକିତ ରତେ, ଜିଲ୍ଲା ଉପସଭାପତି ଦୁର୍ଲ୍ଲଭ ମାହାର, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ମହିଳା ମହାସଭା ସଭାନେତ୍ରୀ ରଶ୍ମିରେଖା ରାଉତ, ଭବାନୀପାଟଣା ଟାଉନ ଯାଦବ ସଭାପତି ରବୀନ୍ଦ୍ର ଲାଲ ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ସାଙ୍ଗଠନିକ ସ୍ଥିତି ଉପରେ ବିସ୍ତୃତ ଭାବରେ ଆଲୋଚନା ପର୍ଯ୍ୟାଲୋଚନା ହେବାସହ ଯାଦବ ଭବନ ନିର୍ମାଣ, ଓବିସି ଜନଗଣନା, ରାଜନୈତିକ ଅଧିକାର, ନିଶା ନିବାରଣ, ତୃଣମୂଳ ସ୍ତରରୁ ମହିଳା ସମିତିସବୁ ଗଠନ, ସମାଜ ସଂସ୍କାର ଆଦି ବିଭିନ୍ନ ବିଷୟରେ ଆଲୋକପାତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲା ଯାଦବ ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛି ଯାଦବ ମହାସଭା । ଏହାସହ ପୁରୀ କିମ୍ବା ଭୁବନେଶ୍ୱରରେ ଯାଦବ ଭବନ ନିର୍ମାଣ ପାଇଁ ଭୂମି ଓ ଅନୁଦାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀଣୀ ବୈଠକ ମାଧ୍ୟମରେ ଅନୁରୋଧ କରାଯାଇଛି । କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭବାନୀପାଟଣା ସହର ଯାଦବ ସମିତିର ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାମାନଙ୍କ ନାମ ଘୋଷଣା କରାଯାଇଥିଲା । ପରେ ଜିଲ୍ଲା ଯୁବ ଯାଦବ ମହାସଭା ତତ୍ବାବଧାନରେ କଳାହାଣ୍ଡି ଜିଲ୍ଲା ମହିଳା ଯାଦବ ମହାସଭାର ନବ ନିଯୁକ୍ତ ଅଧ୍ୟକ୍ଷା ରଶ୍ମିରେଖା ରାଉତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାସହ ୧୩ଟି ବ୍ଲକ ଓ ଏନଏସିରେ ନୂତନ ମହିଳା କମିଟିସବୁ ଗଠନ କରିବାକୁ ଶ୍ରୀମତୀ ରାଉତଙ୍କୁ ଜିଲ୍ଲା ଯାଦବ ମହାସଭା ପକ୍ଷରୁ କୁହାଯାଇଛି । ବୈଠକରେ ଲାଞ୍ଜିଗଡ଼ ବ୍ଲକ ସଭାପତି ରଘୁବୀର ନାଗ, ଜୁନାଗଡ଼ ବ୍ଲକ ସଭାପତି ପ୍ରେମାନନ୍ଦ ଘି, ଭବାନୀପାଟଣା ବ୍ଲକ ସଭାପତି ଲିଙ୍ଗରାଜ ଗହୀର, ଧର୍ମଗଡ଼ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ପ୍ରସାଦ ଜୁଆଡ, କେସିଙ୍ଗା ବ୍ଲକ ସଭାପତି ପାନ୍ନାଲାଲ ବେମାଲ, ନର୍ଲା ବ୍ଲକ ସଭାପତି ଯୁଧିଷ୍ଠିର ଗଉଡ, କଲମପୁର ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଲହଜଲ, ଗୋଲାମୁଣ୍ଡା ବ୍ଲକ ସଭାପତି ଗିରିଧାରୀ ତେଜି, ବରିଷ୍ଠ ଯାଦବ ନରହରି ବାଗ, ଜିଲ୍ଲା ଯାଦବ ମହାସଭା ଯୁଗ୍ମ ସମ୍ପାଦକ କିର୍ତ୍ତିଚନ୍ଦ୍ର ଗଉଡ଼, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ସଭାପତି ଡିଲେଶ ନାଗ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ସଭାପତି ଲବଣୀ ରାଉତ, ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ଗିରିଧାରୀ ଗଉଡ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ବର ଲହଜାଲ ଓ ମୋହିତ ରାଉତଙ୍କ ସମେତ ବରିଷ୍ଠ ଯାଦବମାନେ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଭବାନୀପାଟଣା ଟାଉନ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ପରମେଶ୍ବର କାଣ୍ଡ, ସାଧାରଣ ସମ୍ପାଦକ ସତ୍ୟନାରାୟଣ ବିଶି, ଉପସଭାପତି ବିଶ୍ବନାଥ ବାଗ, ସମିତ ବେହେରା, ଅର୍ଜୁନ ଭାଟି, ସୁକାନ୍ତ ବିଶି, ଯୁଗ୍ମ ସମ୍ପାଦକ କାର୍ତ୍ତିକ ରାଉତ, ବିଶ୍ବରଞ୍ଜନ ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଭୃକୁଟି ଗଉଡ, ଟାଉନ ମହିଳା ଯାଦବ ସଭାନେତ୍ରୀ ରେବତୀ ଖର୍ସେଲ, ସମ୍ପାଦିକା ରେବତୀ ବିଶି, ଉପସଭାନେତ୍ରୀ ବିନ୍ଦି ବେହେରା, ବବିତା ବିଶିଙ୍କ ସମେତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।