ପୂର୍ବରୁ ପୋଇଗୁଡା ଗାଁର ୨୧ଟି ଛେଲି ଓ ଗୋଟିଏ ମଇଁଷିକୁ ମାରିଛି ବାଘ
୨ ସାବକଙ୍କ ସହ ଜଙ୍ଗଳରେ ଘୁରିବୁଲୁଛି ବାଘୁଣୀ : ଗାଁରେ ଭୟର ବାତାବରଣ
କଲମପୁର/ଥୁଆମୁଲ ରାମପୁର,୮/୫ : କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ଦକ୍ଷିଣ ବନଖଣ୍ଡ ପୋଇଗୁଡା ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି । ମିଲିଥିବା ସୁଚନା ମୂତାବକ ଥୁଆମୁଳ ରାମପୁର ବନପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ ପୋଇଗୁଡା ଗ୍ରାମରେ ପୂର୍ବରେ ୨୧ଟି ଛେଲିକୁ ବାଗ ମାରିଦେଇଥିବା ବେଲେ ୧୪ଟି ମୃତ ଦେହ ଉଧାର କରାଯାଇଥିଲା । ଏହା ପରେ ଗାଁର ଗୋଟିଏ ମଇଁଷି କୁ ମାରିଦେଇଥିବା ବେଲେ ମଙ୍ଗଳବାର ଦିନ ଗୋଟିଏ ବଳଦ କୁ ବାଘ ମାରି ଦେଇଥିବାରୁ ଗ୍ରାମରେ ଆତଙ୍କ ଖେଲିଯାଇଛି । ସଂରକ୍ଷିତ ସିଙ୍ଗାରୀ ଘାଟି ଜଙ୍ଗଲରେ ୧ ବାଘୁଣି ୨ ଜଣ ସାବକଙ୍କ ସହ ଦିର୍ଘଦିନ ଦେଲା ରହିଆସୁଛନ୍ତି । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ଜୀବଜନ୍ତୁ ମାନଙ୍କୁ ଶିକାର କରୁଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ମଣିଷ ପ୍ରତି ବିପଦ ରହିଥିବାରୁ ଏହାର ସୂରକ୍ଷାକୁ ନେଇ ଗାଁରେ ଭୟର ବାତା ବରଣ ସୃଷ୍ଟି ହୋଇଛି । ଆଜି (ବୁଧବାର) ମୃତ ବଳଦକୁ ଥୁଆମୁଳ ରାମପୁର ବନପାଳ ସୈଲେନ୍ଦ୍ରୀ ବାଗ, ରେଞ୍ଜର ପ୍ରସନ୍ତ ପାଲେ ସମେତ ବିଭାଗୀୟ କର୍ମଚାରୀ ମାନେ ଜବତ କରି ଥୁଆମୁଳ ରାମପୁର ପ୍ରାଣୀ ଚିକିତ୍ସକ ଅମିୟ ରଂଜନ ଙ୍କ ଦ୍ୱାରା ଶବ ବ୍ୟବଛେଦ କରାଯାଇଥିଲ । ପରେ ବଳଦ ପାଳକ ଜନନୀ ମାଝୀଙ୍କୁ ମୃତ ବଳଦକୁ ହାସ୍ତାନ୍ତର କରି ଅଧିକ ତଦନ୍ତ କରୁଥିବା ବେଲେ କ୍ଷତି ଗ୍ରସ୍ତ ଶ୍ରୀମତୀ ମାଝୀଙ୍କୁ ବନପାଳ ଶ୍ରୀମତି ବାଗ କ୍ଷତି ପୂରଣ ସହାୟତା ରାଶି ଯୋଗଇଦେବାକୁ ପ୍ରତିଶୃତି ଦେଇଛନ୍ତି । ଏଥି ସହିତ ଗ୍ରାମବାସୀ ମାନଙ୍କୁ ବନ ବିଭାଗ ତରଫରୁ ସଂରକ୍ଷଣ ଜଙ୍ଗଳରେ ଗୃହ ପାଳିତ ପଶୁ ମାନଙ୍କୁ ନଛାଡିବା ପାଇଁ ପରାମର୍ଶ ଦିଆଯାଇଥିଲା ।
ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇