ଦକ୍ଷିଣ ଷୌଣ୍ଡିକ ସାଂସ୍କୃତିକ ମହାସଭା କେସିଙ୍ଗା ବ୍ଲକର କାର୍ଯ୍ୟକାରିଣୀ ବୈଠକ ଓ ନୂତନ କାର୍ଯ୍ୟକର୍ତ୍ତା ମନୋନୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଞ୍ଚେର ଗ୍ରାମଠାରେ ଦକ୍ଷିଣ ଷୌଣ୍ଡିକ ସାଂସ୍କୃତିକ ମହାସଭା, କେସିଙ୍ଗା ବ୍ଲକର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଷୌଣ୍ଡିକ ସମାଜର କୂଳଦେବୀ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।  ମଂଚାସୀନ ଅତିଥି ମାନଙ୍କୁ ଚାଞ୍ଚେର ଗ୍ରାମ୍ୟ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ନୂତନ ବ୍ଲକ କମିଟି ଗଠନ ପାଇଁ ସମସ୍ତେ ମତପୋଷଣ କରିଥିଲେ । ସଭାପତି ଭାବେ  ଭବାନୀ ସାହୁ ଏବଂ ସମ୍ପାଦକ ଭାବେ କୁଶଚନ୍ଦ୍ର ସାହୁ ମନୋନୀତ ହୋଇଥିବା ବେଳେ ଉପ -ସଭାପତି ଭାବରେ ସୁଦର୍ଶନ ସାହୁ, ନରୋତ୍ତମ ପାତ୍ର, ପ୍ରମିଳା ସାହୁ, ସହ ସମ୍ପାଦକ ଭାବରେ ମିତ୍ରସେନ ସାହୁ, କୋଷାଧକ୍ଷ ପିତାମ୍ବର ସାହୁ ମନୋନୀତ ହୋଇଥିଲେ । କମିଟିର ଉପଦେଷ୍ଟା ଭାବରେ ପୂର୍ବତନ ବ୍ଲକ ସଭାପତି ଅନିରୁଦ୍ଧ ସାହୁ, ବରିଷ୍ଠ ସଦସ୍ୟ ବିଦ୍ୟାଧର ପାଇକରାୟ, କେଶରୀ ସାହୁ, ସୁରେଶ ସାହୁ, ଦେବରାଜ ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି । ନୂତନ କର୍ମକର୍ତ୍ତା ମାନଙ୍କୁ ପୂର୍ବତନ ସଭାପତି ଅନିରୁଦ୍ଧ ସାହୁ ଶପଥ ପାଠ କରାଇଥିଲେ । ପୂର୍ବ ସମ୍ପାଦକ ରୋହିତ ସାହୁ ସଭା ପରିଚାଳନା କରିଥିବା ବେଳେ ଚାଞ୍ଚେର ଗ୍ରାମ୍ୟ କମିଟି ସମ୍ପାଦକ ସହଯୋଗ କରିଥିଲେ । ନୂତନ କର୍ମକର୍ତ୍ତାମାନେ ସମାଜ ସଂସ୍କାର ଏବଂ ସମାଜର ଏକତା ଦିଗରେ କାମ କରିବା ପାଇଁ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଚାଞ୍ଚେର ଗ୍ରାମ୍ୟ କମିଟିର ମିତ୍ରସେନ ସାହୁ, ରମେଶ ସାହୁ, ଭିକରାମ ସାହୁ, ସୁଦର୍ଶନ ସାହୁ, ଶ୍ରୀକାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଶତାଧିକ ଲୋକେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.