ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖଲିଗଡ଼ ସାହାଜଖୋଳ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ରବିବାର ସଫେଇ କାର୍ଯ୍ୟ ହୋଇଛି। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ବରେ ନେହେରୁ ଯୁବକ ସଂଘ ବଙ୍ଗୋମୁଣ୍ଡାଙ୍କ ମିଳିତ ସହଯୋଗରେ ପର୍ଯ୍ୟଟନ ସ୍ଥଳୀର ସଫେଇ କରାଯାଇଛି। ପର୍ଯ୍ୟଟନ ସ୍ଥଳୀରେ ନିକଟରେ ହୋଇଥିବା ଚନ୍ଦନ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ଡୋକରୀ ଚଞ୍ଚରା ଉନ୍ନୟନ ସମିତିର ଉପ ସଭାପତି ଅଇରୀ ନାଶନ ଚିନ୍ଦା, ସହ ସମ୍ପାଦକ ଘନଶ୍ୟାମ ନାଏକ, ରବି ଦାସ, ସଞ୍ଜୟ ସିଂଙ୍ଗଲ, ଅରୁଣ ଗୋୟଲ, ସୋନୁ ଅଗ୍ରୱାଲ ସମେତ ନେହେରୁ ଯୁବ ସଂଘ ବଙ୍ଗୋମୁଣ୍ଡାର ସମସ୍ତ ସଦସ୍ୟ ଉପସ୍ଥିତ ରହି ସଫେଇ କରିଥିଲେ।