ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଳ ପଥର୍ଲା ଗ୍ରାମ ପଞ୍ଚାୟତ ଅଧୀନ ବାହାଦୁର ପଦର ଗ୍ରାମର ପଦ୍ମାବତୀ ପୋଡ଼ (୮୦) ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୁଇ କିଲୋମିଟର ଦାଉ ଦାଉ ଖରାରେ ନଇଁ ଚାଳି ଚାଳି ପଥର୍ଲା ଗ୍ରାମ ପଞ୍ଚାୟତ ଅଫିସକୁ ଯାଇଥିଲେ । କିନ୍ତୁ ସବୁ ମାସ ପରି ଏ ମାସରେ ହାତରେ ପଇସା ନ ପାଇ ନିରାଶ ହୋଇ ଘରକୁ ଫେରିଲେ । ପରିଣତ ବୟସରେ ରୋଗାକ୍ରାନ୍ତ ହୋଇ ଚାଳି ବୁଲି ପାରୁନଥିବାରୁ କାର୍ଯ୍ୟ ନିର୍ବାହ ଅଧିକାରୀ ନିଜେ ପଦ୍ମାବତୀ ପୋଡ଼ ଘରକୁ ଯାଇ ଭତ୍ତା ପଇସା ଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।