5ଜି ଆଣିବା ପରେ ବି ସ୍ଲାେ ହେଉଛି କି ଇଣ୍ଟରନେଟ ? ଜାଣନ୍ତୁ, କେମିତି ବଢାଇବେ ସ୍ପିଡ


ନୂଆଦିଲ୍ଲୀ:ଜିଓ ଏବଂ ଏୟାରଟେଲ ସାରା ଦେଶରେ ୫ଜି ସେବା ଯୋଗାଇ ଦେଉଛନ୍ତି ।  ଦ୍ରୁତ ଏବଂ ସୁଗମ ଇଣ୍ଟରନେଟ ସେବା ପାଇବା ପାଇଁ ଉପଭୋକ୍ତା ୫ଜି ସେବା ତ ନେଉଛନ୍ତି । ସେ ସେଇ ସ୍ପିଡ ପାଉ ନାହାନ୍ତି । ଏମିତି ଅଭିଯୋଗ ଅନେକ ଜାଗାରୁ ଆସୁଛି । ତେବେ ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ । ଆପଣଙ୍କର ମୋବାଇଲରେ ଇଣ୍ଟରନେଟ ସ୍ପିଡ ବଢାଇବା ପାଇଁ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ । ଏହି ଟିପ୍ସକୁ ଆପଣେଇ ଆପଣ ଇଣ୍ଟରନେଟ ସ୍ପିଡ ବଢାଇ ପାରିବେ । କ’ଣ ଏହି ଟିପ୍ସ ଆସନ୍ତୁ ଜାଣିବା ।

ତେବେ ଏହି ଟିପ୍ସ ବିଷୟରେ କହିବା ପୂର୍ବରୁ ଆମେ କହି ରଖିବୁ ଯେ ଆପଣଙ୍କ ପାଖରେ ୫ଜି ନେଟୱର୍କ ରହିଛି ।ଫୋନରେ ସେଟିଂ ଆପ ଖୋଲନ୍ତୁ । ସେଥିରେ ସେଲ୍ୟୁଲାର ଅପ୍ସନକୁ ଯାଇ ଯାଇ ଦେଖନ୍ତୁ ଆପଣଙ୍କ ଫୋନରେ ୫ଜି ସେବା ଉପଲବ୍ଧ ଅଛି ନା ନାହିଁ ।

ଯଦି ଆପଣଙ୍କର ୫ଜି ସେବା ଉପଲବ୍ଧ ଅଛି ଏବଂ ସ୍ପିଡ ଆସୁନି ତେବେ ପାୱାର ବଟନକୁ ଚିପି ଧରନ୍ତୁ । କିଛି ସମୟ ପରେ ଏହାକୁ ରି ଷ୍ଟାର୍ଟ ବଟନ ନଜରକୁ ଆସିବ । ଏବେ ଏହି ବଟନକୁ ଚିପି ଦିଅନ୍ତୁ । ଫୋନ ଆପଣଙ୍କର ରିଷ୍ଟାର୍ଟ ହୋଇଯିବ । ଯଦି ଆପଣ ଏକାଧିକ ଆପ ଖୋଲିଥିବେ ତେବେ ଏହାକୁ ବନ୍ଦ କରି ଦିଅନ୍ତୁ । କାରଣ ଏହା ଦ୍ୱାରା ବି ନେଟୱର୍କ ସ୍ଲୋ ହୋଇପାରେ ।

ଆପଣଙ୍କ ଫୋନକୁ ସପ୍ଟଓୟାରର ନୂଆ ସୁବିଧା ଉପଲବ୍ଧ କରାଇବା ପାଇଁ ମେସେଜ ଆସୁଥିବ ଏବଂ ବଗ ଫିକ୍ସ ସହ ଏହାକୁ ଅପଡେଟ କରାଯାଇ ଥାଏ । ଯଦି ଆପଣଙ୍କ ସଫ୍ଟଓୟାରର ଲାଟେଷ୍ଟ ବର୍ଜନ ଚାଲୁନି ତେବେ କୌଣସି ବଗ ପାଇଁ ଆପଣଙ୍କ ଫୋନ ସ୍ଲୋ ହେଉଛି । ତେଣୁ ଏହି ଅପଡେଟ ବିଷୟରେ ଯାଞ୍ଚ କରିବା ପାଇଁ ସେଟିଂ ଆପ ଖୋଲି ସଫ୍ଟଓୟାର ଅପଡେଟକୁ ଯାଆନ୍ତୁ ଏବଂ ସେଠାରେ ଯଦି କୌଣସ ଅପଡେଟ ଉପଲବ୍ଧ ଅଛି ତାହାକୁ ଡାଉନଲୋଡ କରନ୍ତୁ ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.