ଭାରସାମ୍ୟ ହରାଇ ୨୫ଫୁଟ ଖାଲକୁ ଖସିଲା ଅଟୋ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଭାରସାମ୍ୟ ହରାଇ ୨୫ ଫୁଟ ଖାଲକୁ ଖସିଲା ଅଟୋ । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଦୁଇଜଣ ଯାତ୍ରୀ ଏକ ଅଟୋ ଭଡ଼ା କରି ରୁତୁଙ୍ଗିଆ ଅଞ୍ଚଳକୁ ଯାତ୍ରା ଆରମ୍ଭ କରିଥିଲେ । ଯିବା ସମୟରେ ବାଦେକେତା ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା କଡ଼ରେ ଥିବା ୨୫ ଫୁଟ ଖାଲକୁ ଖସି ପଡ଼ିଥିଲା । ସୌଭାଗ୍ୟ ବଶତଃ ଡ୍ରାଇଭର ସମେତ ଅଟୋରେ ବସିଥିବା ଦୁଇଜଣ ଯାତ୍ରୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଖବରପାଇ ବାଲିଗୁଡ଼ା ଅଞ୍ଚଳର ଯୁବ ସମାଜସେବୀ ଅରୁଣ ନାୟକ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.