ମଦପ୍ୟଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବିଦ୍ୟାଳୟ ବାରଣ୍ଡା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗ୍ରୀଷ୍ମ ଅବକାଶ ପାଇଁ ବିଦ୍ୟାଳୟ ବନ୍ଦ ପଡିଥିବା ବେଳେ ଏହାକୁ ସୁରକ୍ଷିତ ସ୍ଥାନ ଭାବେ ମଦ ପିଇବାର ଆଡ୍ଡାସ୍ଥଳୀ ଭାବେ ମଦପ୍ୟ ମାନେ ବିଦ୍ୟାଳୟ ବାରଣ୍ଡାକୁ ବ୍ୟବହାର କରୁଛନ୍ତି । ଫଳରେ ବିଦ୍ୟାଳୟ ପରିସରରେ ଏବେ ବିଭିନ୍ନ ସ୍ଥାନରେ ମଦ ବୋତଲ, ଭଙ୍ଗା ମଦ ବୋତଲ, ପଲିଥିନ୍‌, ପାଣି ପାଉଚ, ସିଗାରେଟ୍ ଭଳି ଜିନିଷ ପଡି ରହିଥିବା ଦେଖିବାକୁ ମିିଳିଛି । ଗତ ଏପ୍ରିଲ ଶେଷ ସପ୍ତାହରୁ ଜୁନ୍ ୧୫ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ଛୁଟି ଦିଆଯାଇଥିବା ବେଳେ ବିଦ୍ୟାଳୟ କର୍ତୁପକ୍ଷ କିନ୍ତୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ରେଭେନ୍ୟିୁ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଏବେ ମଦପ୍ୟଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟ ନିକଟରେ ଅତିରିକ୍ତ ଜିଲ୍ଳାପାଳ,ତହସିଲଦାରଙ୍କ ବାସଭବନ ରହିଥିବା ବେଳେ କିଛି ଦୂରତାରେ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି । ସହରରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଥିବାରୁ ପୋଲିସ ତଥା ଲୋକଙ୍କ ଦୃଷ୍ଟିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବିଦ୍ୟାଳୟ ପରିସରକୁ ବ୍ୟବହାର କରୁଛନ୍ତି ମଦପ୍ୟମାନେ ।

Udyog Nursery
Udyogi Nursery

ସକାଳ ସମୟରେ ଉକ୍ତ ବିଦ୍ୟାଳୟ ରାସ୍ତା ଦେଇ ସ୍ଥାନୀୟ ରେଭେନ୍ୟିୁ କଲୋନୀ ବାସିନ୍ଦା ଯାତାୟତ କରୁଥିବା ଯୋଗୁଁ ବିଦ୍ୟାଳୟ ପରିସରକୁ କେହି ଯାଉ ନ ଥିବା ବେଳେ ସଂଧ୍ୟା ହେଲେ ଅନ୍ଧାରର ଫାଇଦା ଉଠାଇ ମଦପ୍ୟମାନେ ମଦ୍ୟପାନ କରୁଥିବାରୁ ବିଦ୍ୟାଳୟ ପରିସରରେ ମଦ ବୋତଲଗୁଡିକ ଭଙ୍ଗାଯାଇ ଚର୍ତୁପାଶ୍ୱର୍ରେ ଫୋପାଡି ଦିଆଯାଇଥିବା ଦେଖିବାକୁ ମିଳିଛି ।

ଏ ନେଇ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ଦୃଷ୍ଟି ଆର୍କଷଣ କରିବାରୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଏ ନେଇ ପଚାରି ବୁଝି ପଦକ୍ଷେପ ଗ୍ରହଣ କରିବି ବୋଲି ଶ୍ରୀ ବରିହା ପ୍ରକାଶ କରିଛନ୍ତି । ତେବେ ଏହି ରାତ୍ର ସମୟରେ ଏହି ସ୍କୁଲ ନିକଟରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.