କ୍ଷେତ ପୋଖରୀ ଯୋଜନାରେ ସ୍ୱାବଲମ୍ବୀ ହୋଇଛନ୍ତି ପ୍ରଦ୍ୟୁମ୍ନ, ମିଳିଛି ମହିଳା କୃଷି ଶ୍ରମିକଙ୍କୁ କର୍ମଦିବସ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଓଡିଶାର ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର ଚଳନ୍ତି। ସେଥିପାଇଁ ସରକାରଙ୍କ ପକ୍ଷରୁ ଜଳ ଓ ଜମିର ସଦୁପଯୋଗ ପାଇଁ ପ୍ରଣୟନ ହୋଇଛି ଅନେକ ଯୋଜନା। ସେହି କ୍ରମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା କ୍ଷେତ ପୋଖରୀ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯାଇଛି। ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର କେ.ଝୋଲମାଳ ଗ୍ରାମର ପ୍ରଦ୍ୟୁମ୍ନ ଭୋଳ ଜଣେ ପରିଶ୍ରମୀ ଓ ନିଷ୍ଠାପର ଚାଷୀ। ୨୦୨୦ – ୨୧ ଆର୍ଥିକ ବର୍ଷରେ ନିଜ ଘର ପଛପଟ ଥିବା ୨ ଏକର ଜମି ଉପରେ ସେ ଖନନ କରିଥିଲେ କ୍ଷେତ ପୋଖରୀ। ଗଂଜାମ ଜିଲ୍ଲା ଜଳ ବିଭାଜିକା ବିଭାଗ ସହାୟତାରେ ପୋଖରୀ ଖୋଲା ଯାଇଥିଲା। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ କ୍ଷେତ ପୋଖରୀ ଖୋଳିବା ପାଇଁ ମିଳିଥିଲା ୨ ଲକ୍ଷ ୩୦ ହଜାର ଟଙ୍କା। ଏହି ପୋଖରୀ ଖନନ ବେଳେ ଗ୍ରାମବାସୀଙ୍କୁ କର୍ମ ଦିବସ ମିଳିବା ସହ ସିଧାସଳଖ ଲାଭ ମିଳିଛି ପ୍ରଦ୍ୟୁମ୍ନଙ୍କୁ। ବର୍ଷ ତମାମ ଏହି ପୋଖରୀରେ ପାଣି ରହୁଥିବାରୁ ପୋଖରୀ ଜଳକୁ ସୁପରିଚାଳନା କରି ଅମୃତଭଣ୍ଡା, କଦଳୀ, କୋବି, ବାଇଗଣ, କଲରା ପ୍ରଭୃତି ପନିପରିବା ଚାଷ କରି ବେଶ ଦି’ ପଇସା ରୋଜଗାର କରିବା ସହ ପୋଖରୀରୁ ୭୦୦ଟି ମାଛ ଉତ୍ପାଦନ କରିବାର ସଫଳତା ମିଳିଛି। ଉତ୍ପାଦିତ ପନିପରିବା ନିଜ ଘରେ ବ୍ୟବହାର କରିବା ସହ ବନ୍ଧୁବାନ୍ଧବଙ୍କୁ ବାଣ୍ଟିବା ଏବଂ ବଳକା ପନିପରିବା ଓ ମାଛ ବିକି ଲକ୍ଷାଧିକ ଟଙ୍କା ଲାଭବାନ ହୋଇଥିବା ସ୍ୱାବଲମ୍ବୀ ଚାଷୀ ପ୍ରଦ୍ୟୁମ୍ନ ପ୍ରକାଶ କରନ୍ତି। ସେହିପରି କ୍ଷେତ ପୋଖରୀ ନିକଟରେ କିଛି କୁକୁଡ଼ା ରଖି ସେଥିରୁ ମଧ୍ୟ ଲାଭ ପାଉଥିବା ପ୍ରଦ୍ୟୁମ୍ନ ପରିବାରର ମହିଳାମାନେ ପ୍ରକାଶ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି। ସଫଳ ଚାଷୀ ପ୍ରଦ୍ୟୁମ୍ନ ସରକାରୀ ସହାୟତା ପାଇ ଚାଷକୁ ଆଗେଇ ନେବା ସହ ଚାଷୀ ମହଲରେ ବହୁତ ପ୍ରଶଂସା ସାଉଁଟିଲେଣି। ସବୁଠାରୁ ବିଶେଷତ୍ୱ ହେଉଛି, ତାଙ୍କ କ୍ଷେତରେ ପ୍ରତିଦିନ ପ୍ରାୟ ୩ ଜଣ ଲେଖାଏଁ ମହିଳା କୃଷି ଶ୍ରମିକ ସମେତ ମାସକୁ ପ୍ରାୟ ୯୦ ଜଣ ମହିଳା କୃଷି ଶ୍ରମିକ କର୍ମ ଦିବସ ଯୋଗାଇବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ଏହି କ୍ଷେତ ପୋଖରୀ ଅଂଚଳରେ ଡାଳିମ୍ବ, ସେଓ, ବେରି, ଛତୁ ଓ ଫୁଲ ଚାଷ କରିବା ପାଇଁ ସେ ମନସ୍ଥ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.