ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲାଞ୍ଜିଗଡ଼ ଆଦିବାସୀ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ବିଳମ୍ବରେ ହେଲେ ମଧ୍ୟ ଧରିବାରେ ସଫଳ ହୋଇଛନ୍ତି । କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼ଃ ସୁନୀତି ମୁଣ୍ଡ ପୋଲିସଙ୍କୁ ଧନ୍ୟବାଦ ଦେବା ସହିତ ଅପରାଧୀମାନଙ୍କୁ କଡା ଦଣ୍ଡ ଦେବାକୁ ଦାବୀ କରିଛନ୍ତି । ସମାଜରେ ମହିଳା ମାନେ ସବୁବେଳେ ଅସୁରକ୍ଷିତ । ନାରୀ ନିର୍ଯ୍ୟାତନା, ହତ୍ୟା, ଗଣ ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟ ସରକାର ଦୁଷ୍କର୍ମକାରୀଙ୍କୁ ଅଙ୍କୁଶ ଲାଗିବାରେ ବିଫଳ ହୋଇଛନ୍ତି । ଦୁଷ୍କର୍ମକାରୀଙ୍କ ପାଇଁ ଆମ ଦଣ୍ଡ ବିଧାନ କଡାକଡି ନଥିବାରୁ ଦିନକୁଦିନ ଦୁଷ୍କର୍ମ ବଢି ଚାଲିଛି ବୋଲି ସେ କହିଛନ୍ତି । ଏହା ସହିତ ଏହି ନିରୀହ ବାଳିକା ମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ପୀଡ଼ିତାଙ୍କୁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ବ୍ୟବସ୍ଥା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉ ବୋଲି ସେ ଦାବୀ କରିଛନ୍ତି ।