କୈଳାସକାେଟା ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରାକ୍ଟର, ସୁରକ୍ଷିତ ଡ୍ରାଇଭର

୩୨୬ ନମ୍ବର ଜାତୀୟ ରାଜପଥର ଏହି ଘାଟିରାସ୍ତା ଯାତାୟାତ ପାଇଁ ବିପଦପୂର୍ଣ୍ଣ

କାହିଁକି ଚୁପ ବସିଛି ଏନ ଏଚ ବିଭାଗ

ସ୍ଥାନୀୟ ଅଂଚଳରେ ଦାନା ବାନ୍ଧୁଛି ଜନ ଅସନ୍ତୋଷ

ରାୟଗଡ,୧୨/୫ : ବିପଦପୂର୍ଣ୍ଣ ହୋଇ ପଡିଛି କୈଳାସକୋଟା ଘାଟିରାସ୍ତା । ରାୟଗଡ ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର କୈଳାସକୋଟା ଘାଟିରାସ୍ତାର ଏକ ବୁଲାଣୀରେ ଆଜି ଅପରାହ୍ନରେ ଏକ କାଠ ବୋଝେଇ ଟ୍ରାକ୍ଟର ଓଲଟି ପଡିଛି । ତେବେ ଡ୍ରାଇଭର ସୁରକ୍ଷିତ ରହିଥିବା ଜଣାପଡିଛି ।

ମିଳିଥିବା ସୂଚନା ପ୍ରକାରେ ମୁକୁନ୍ଦପୁର ଅଂଚଳରୁ ଏକ ଟ୍ରାକ୍ଟର ( ଓଆର ୧୮ ଏ- ୩୧୫୯) ଜେକେ କାଗଜ କଳକୁ କାଠ ନେଇ ଯାଉଥିବା ବେଳେ କୈଳାସକୋଟା ଘାଟି ରାସ୍ତା ଅତିକ୍ରମ କରୁଥିବା ସମୟରେ ଅଧପନ୍ତରିଆ ରାସ୍ତା ନିର୍ମାଣ ଯୋଗୁଁ ସଂକୀର୍ଣ୍ଣ ହୋଇ ପଡିଥିବା ଘାଟିରାସ୍ତାରେ ବାଲିମାଟି ସହ ପଥରଗୁଡାକ ରାସ୍ତା ଉପରେ ଜମା ହୋଇଥିବାରୁ ଭାରସାମ୍ୟ ହରାଇ କାଠ ବୋଝେଇ ଟ୍ରଲିଟି ଓଲଟି ପଡିଥିଲା । ଦୀର୍ଘ ୫ବର୍ଷ ହେଲା ଅମ୍ଲାଭଟ୍ଟା – ତାଣ୍ଡିକୋଣା ଛକ ପର୍ଯ୍ୟନ୍ତ ଚାଲିଥିବା ୩୨୬ ନମ୍ବର ଜାତୀୟ ରାଜପଥର ଦୀର୍ଘ ୨୫ କିଲୋମିଟରର ରାସ୍ତା ନିର୍ମାଣ କାର୍ଯ୍ୟ ୮୦ପ୍ରତିଶତ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ କୈଳାସକାେଟା ଘାଟିର ମୋଟ ୫କିଲୋମିଟର ରାସ୍ତା କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିଛି ।

କେତେବେଳେ ରାସ୍ତାକାର୍ଯ୍ୟର ସମୟସୀମା ବୃଦ୍ଧି କରାଯାଉଛି ତ ଆଉ କେତେବେଳେ ଠିକାଦାର ବଦଳି ମଧ୍ୟ କରୁଛି ଜାତୀୟ ରାଜପଥ ବିଭାଗ । ହେଲେ ମଧ୍ୟ କାର୍ଯ୍ୟ ବିଳମ୍ବ ନେଇ କୈାଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବିଭାଗୀୟ କର୍ତୁପକ୍ଷ । ଦିନକୁ ଦିନ ଏହି ଘାଟି ରାସ୍ତାରେ ସଡକ ଦୁର୍ଘଟଣାଗୁଡିକ ବୃଦ୍ଧି ପାଉଥିବା ବେଳେ ଏଥି ଯୋଗୁଁ ଟ୍ରାଫିକ ସମସ୍ୟା ମଧ୍ୟ ଅନେକ ସମୟରେ ହେଉଥିବା ଯୋଗୁଁ ସ୍ଥାନୀୟ ଅଂଚଳବାସୀ ତଥା ନିୟମିତ ଏହି ରାସ୍ତା ଉପରେ ନିର୍ଭର କରି ଯାତାୟାତ କରୁଥିବା ଅନେକ ଗାଡି ଚାଳକ ଓ ଯାତ୍ରୀମାନଙ୍କ ମଧ୍ୟରେ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗୁଛି । ସେହିପରି ଆଗକୁ ବର୍ଷା ଋତୁ ଆସୁଥିବା ବେଳେ କଇଁଚ ଗତିର ରାସ୍ତା ନିର୍ମାଣ କାର୍ଯ୍ୟ ଲୋକଙ୍କୁ ଅସୁବିଧାରେ ପକାଇବ ଏଥିରେ କୈାଣସି ସନ୍ଦେହ ନାହିଁ ।

ଦେଖନ୍ତୁ ୩୨୬ ନମ୍ବର ଜାତୀୟ ରାଜପଥର କୈଳାସକୋଟା ଘାଟିରାସ୍ତାର ଅବସ୍ଥା

ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ : ବିପଦକୁ କାନ୍ଧରେ ବୋହି ଏହି ପଥ ଅତିକ୍ରମ କରିବକୁ ପଡେ

ସରୁନି କାମ : କୁମ୍ଭକର୍ଣ୍ଣ ନିଦରେ ଏନ୍.ଏଚ୍. ବିଭାଗ

ଲମ୍ବି ଲମ୍ବି ଯାଉଛି କାମ : କେବେ ସରିବ କିଛି ଗ୍ୟାରେଣ୍ଟି ନାହିଁ

ଯମ ଯନ୍ତ୍ରଣା ଭୋଗୁଛନ୍ତି ଯାତ୍ରୀ : କେବେ ଅନ୍ତ ହେବ ଦୂର୍ଦଶା ?
ଚୁପ ହୋଇ ବସିଛି ଏନ୍.ଏଚ୍. ବିଭାଗ ମତଲବ କ’ଣ ଜଣାପଡୁନି !

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.