ଆପ୍‌’ର ଦାବି – ଓଡ଼ିଶାରେ ୨୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଦେୟ ମୁକ୍ତ କର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶାରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ସମସ୍ତ ବିଜୁଳି ବିଲକୁ ଦେୟ ମୁକ୍ତ କରିବା ପାଇଁ ପୁଣିଥରେ ଦାବି ଉଠାଇଛି ରାୟଗଡା ଆମ୍ ଆଦମୀ ପାର୍ଟି (ଆପ୍‌) । ରାୟଗଡା ଜିଲ୍ଳା ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୨୦୦ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଆଉ ଆମ ଆଦମି ପାର୍ଟିର ଦାବି ହୋଇ ରହିନାହିଁ ଏହା ଓଡିଶା ଦାବି କରୁଛି ବୋଲି କହିଛନ୍ତି ଜିଲ୍ଳା ସଭାପତି ଜନ୍ମେଜୟ ସ୍ୱାଇଁ । ଆସନ୍ତା ଜୁନ୍ ୮ତାରିଖରେ ରାୟଗଡା ଜିଲ୍ଳାରୁ ଏକ ଲକ୍ଷ ବିଜୁଳି ଦସ୍ତଖତ ଫର୍ମ ସହ ଏକ ହଜାର ବିଜୁଳି ଉପଭୋକ୍ତାଙ୍କୁ ନେଇ ଭୁବନେଶ୍ୱର ଠାରେ ଶୋଭାଯାତ୍ରା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ଆପ୍ ଶାସିତ ଦିଲ୍ଳୀ ଓ ପଂଜାବରେ ୨୦୦ ଓ ୩୦୦ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଦ୍ୟୁତ୍ ବିଲ୍ ଯୋଗାଇ ଦିଆଯାଉଥିବା ବେଳେ ଓଡିଶାରେ ମଧ୍ୟ ୨୦୦ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଦ୍ୟୁତ୍ ବିଲ୍ ଯୋଗାଇବା ପାଇଁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଆଦିବାସୀ ମୋର୍ଚ୍ଚା ସଭାପତି ଟି.ସାଙ୍ଗନା, କୋଲନରା ବ୍ଳକ ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.