ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଭାଗୃହ ଠାରେ ଶନିବାର ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। କୋକସରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଗୋଷ୍ଠୀ ଅତିରିକ୍ତ ଶିକ୍ଷାଅଧିକାରୀ ତୋଫାନ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ୟୁପିଏସସିରେ ସଫଳ ହୋଇଥିବା ସିଦ୍ଧାନ୍ତ ବେଶ୍ରା, ନିଟ୍ ପରିକ୍ଷାରେ ଉତିନ୍ନ ସୁଶାନ୍ତ କୁମାର ନାଏକ, ମାଟ୍ରିକ ବ୍ଳକ ଟପ୍ପର ରୋଷନ ଦାସ, ଲଡୁଗାଁ ଯୁକ୍ତ ଦୁଇ ସ୍କୁଲ ଟପ୍ପର ପ୍ରାଞ୍ଜଳ ଯୋଷୀ, କୋକସରା ଯୁକ୍ତ ଦୁଇ କଳା ଓ ବିଜ୍ଞାନ ସ୍କୁଲ ଟପ୍ପର ନିକିତା ସାହୁ ଓ ଲୋପାମୁଦ୍ରା ପଟ୍ଟନାୟକ, ଭବାନୀପାଟଣା ବିକାଶ କଲେଜ ଜିଲ୍ଲା ଟପ୍ପର ଅଭିଷେକ ଅଗ୍ରୱାଲ ଓ ବ୍ଳକର ବେଷ୍ଟ ସ୍କୁଲ ଆଲୁମିନା ଭାବେ ଲଡୁଗାଁର କ୍ରିଷ୍ଣା ଅଗ୍ରୱାଲ ସମେତ ଚଳିତ ବର୍ଷ ବ୍ଳକର ବିଭିନ୍ନ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀରେ ସ୍କୁଲ ଟପ୍ପର ହେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ବିଦ୍ୟାର୍ଥୀ ମାନେ ନିଜ ସଫଳ କାହାଣୀର ରହସ୍ୟ ଓ କିଏ ଡାକ୍ତର ହେବାପାଇଁ ଲକ୍ଷ ରଖିଛନ୍ତି ତ’ ଆଉ କିଏ ଶିକ୍ଷକ, ପ୍ରଶାସନିକ ଅଧିକାରୀ ହେବାପାଇଁ ନିଜର ସ୍ବପ୍ନ କଥା ବଖାଣିଛନ୍ତି। ସେହିପରି ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ନିଜ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମରେ ଲଡୁଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ଶିକ୍ଷକ ସାମନ୍ତ କୁମାର ପାଟ୍ଟଯୋଷୀ, ସିଆରସିସି ଅଜୟ ମାଝୀ, ସୁମନ୍ତ କୁମାର ଠାକୁର, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା ସମାରୋହକୁ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ପରିଚାଲନା କରିଥିବା ବେଳେ ବୁଢ଼ାରଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.