ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରଥମ ଦିନିକିଆ ଗସ୍ତ କାର୍ଯ୍ୟକ୍ରମ
ଓଡିଶା ବାର୍ତ୍ତା / ନୂଆପଡା (ମହେନ୍ଦ୍ର ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଖରିଆର ରୋଡ ଏନ. ଏ. ସି ର କେ. ଜି. ଏନ ସରାୟ ଠାରେ ନୂଆପଡା ଜିଲ୍ଲା ବିଜେଡି ପକ୍ଷ ରୁ ରବିବାର ଏକ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବରଗଡ଼ ଜିଲ୍ଲା ଅତାବିରା ବିଧାୟିକା ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇଥିଲେ | ଓଡିଶା ସରକାର ଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ତଥା ନୂଆପଡା ବିଧାୟକ ମାନ୍ୟବର ରାଜେନ୍ଦ୍ର ଢୋଲକିଆ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀ ରେ ବିଜେଡି ର 3 ଟି ଗୁରୁତ୍ୱ ଶାଖା ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡି ଓ ଜିଲ୍ଲା ବିଜେଡି ର ସମସ୍ତ କର୍ମୀ ସାମିଲ ହୋଇଥିଲେ |
ତେବେ ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ଏହାଥିଲା ନୂଆପଡା ଜିଲ୍ଲା ପ୍ରଥମ ଗ୍ରସ୍ତ ଏବଂ ଏହା ସହିତ ନୂଆପଡା ବିଧାୟକ ତଥା ଓଡିଶା ସରକାର ଙ୍କ ମାନ୍ୟବର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ର ମନ୍ତ୍ରୀ ଭାବେ ଏକ ବର୍ଷ ପୂର୍ତ୍ତି ଅବସର | ଏହି କର୍ମୀ ସମ୍ମିଳନୀ ରେ ନୂଆପଡା ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର ସଭାପତିତ୍ୱ କରୁଥିବା ବେଳେ ରାଜ୍ୟ ସମ୍ପାଦକ ଭାବେ ନୂତନ ଦାଇତ୍ୱ ଗ୍ରହଣ କରିଥିବା 2 ବିଜେଡି ବରିଷ୍ଠ ନେତା ଭୈରବ ସାହୁ ଓ ରାଜେଶ ନିଗମ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହା ସହିତ ଏହି କର୍ମୀ ସମ୍ମିଳନୀ ରେ ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ,ମୁରଲୀ ଭୋଇ,ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ,କାଳିଆ ପ୍ରଧାନ, କାର୍ତ୍ତିକ ଦୀପ,ସମ୍ପାଦକ ସୁଧୀର ମିଶ୍ର,ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା, ଆଇନଜୀବୀ ଧନିରାମ ସାହୁ,ରାଧେଶ୍ୟାମ ବାଗ,ଖରିଆର ରୋଡ ଏନ.ଏ. ସି ଉପାଧକ୍ଷ ନିଶାନ୍ତ ଡାଗା, ସଞ୍ଜୟ ପ୍ରଧାନ,ସରପଞ୍ଚ ଟେକ ରାମ ସାହୁ,ଅଜୟ ଗହୀର,ରବି ବାଗ,ଶ୍ୟାମ କେଶରବାନୀ, ମୋଇନ ଅଲି,ମନମିତ ଗୁରୁଦତ୍ତା, ସେଫୁ ଖାନ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ,ଉପାଧ୍ୟାକ୍ଷ ଦିଲିପ ନିର୍ମଲକର,ଜିଲ୍ଲା ପରିଷଦ ସଭ୍ୟା ଦୀପିକା ଦୀପ,ଉଷା ଠାକୁର, ଶେଫାଳି ସେଲମା, ନମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |