ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଂଚାୟତର ୮୮୪ ଜଣ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀ ଭାବରେ ଜୁନ ମାସର ଭତ୍ତା ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ନର୍ଲା ବ୍ଲକ ପରିସର ମଧ୍ୟରେ ଏନେଇ ଏକ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।
ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଦସ୍ୟା ନମ୍ରତା ସାହୁ, ଲିଲି ଦୀପ, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ସରପଞ୍ଚ ତନୁଜା ହରପାଲ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ଶାନ୍ତପୁର ର ପୂର୍ବତନ ସରପଞ୍ଚ ଟିକେଧର ସାହୁ, ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟକୁମାର ଗୋଚ୍ଛାୟତ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଦିବ୍ୟ ପଣ୍ଡା, କୃଷି ବିଭାଗର ନର୍ଲା ସହକାରୀ କୃଷି ଅଧିକାରିଣୀ ସୁଜାତା ନାଏକ, ଏବିଇଓ ଗୋବର୍ଦ୍ଧନ ମାଝୀ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ପ୍ରଥମ ପର୍ଯ୍ୟାୟରେ ନର୍ଲା ର ୩୯ ଜଣ ସର୍ଗିଗୁଡା ଗ୍ରାମ ପଂଚାୟତର ୨୭ ଜଣ ଏଭଳି ମୋଟ ୬୬ ଜଣ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ।
ନର୍ଲା ବିଏସେସଓ ପ୍ରଦୀପ ବେହେରା, ନର୍ଲା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାଏକ, ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାକି ରହିଯାଇଥିବା ଅନ୍ୟ ଗ୍ରାମ ପଂଚାୟତର ୮୨୨ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କ ଗ୍ରାମ ପଞ୍ଚାୟତ ଅଫିସରେ ଭତ୍ତା ପ୍ରଦାନ କରାଯିବ ବୋଲି ବିଏସେସଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।