ଅଖିଳ ବିଶ୍ବ ଗାୟତ୍ରୀ ପରିବାର ପକ୍ଷରୁ ନର୍ଲା ରଥଦାଣ୍ଡ ସଫେଇ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା । ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ଏଇଠି । ରଥଯାତ୍ରା ପାଇଁ ଚାରିଛକ ଓ ମୂଖ୍ୟ ରାସ୍ତାର ଦୁଇ ପାର୍ଶ୍ଵରେ ଅନେକ ଦୋକାନ ବଜାର ମଧ୍ୟ ବସିଥିଲା । ମଙ୍ଗଳବାର ରଥଯାତ୍ରାରେ ହଜାର ହଜାର ସଂଖ୍ୟାରେ ଭକ୍ତ ସମାଗମ ଯୋଗୁଁ ରାସ୍ତା ପାର୍ଶ୍ୱରେ ବିଭିନ୍ନ ଉଠା ଦୋକାନୀ ମାନେ ଅଇଁଠା ପତ୍ର, ପ୍ଲାଷ୍ଟିକ ଗ୍ଲାସ, ମୃଦୁପାନୀୟ ବୋତଲ ଏପରି ଅନେକ ବର୍ଜ୍ୟବସ୍ତୁ ନର୍ଲା ଚାରିଛକର ରାସ୍ତା ଦୁଇ ପାର୍ଶ୍ୱରେ ଫୋପାଡ଼ି ଦେଇ ଚାଲିଯାଇ ଥିବା ଦେଖିବାକୁ ମିଳିଥିଲା l ରାସ୍ତା ପାର୍ଶ୍ଵ ଓ ରାସ୍ତା ଉପରେ ପଡିଥିବା ମଇଳା ଆବର୍ଜନା ଦେଖି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ନର୍ଲା ଶାଖା ତରଫରୁ ସ୍ୱଚ୍ଛତା କାର୍ଯକ୍ରମ କରାଯାଇଛି l ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ନର୍ଲା ଶାଖା ପ୍ରମୁଖ ତପନ କୁମାର ସାହୁ, ଚକ୍ରଧର ସା, ତୀର୍ଥ ବୁଦ୍ଧିଆ, ସଚିନ ପଧାନ, ଜୟଶଙ୍କର ରାଉତ, ନୀଳକଣ୍ଠ ବେହେରା, ସରୋଜ କୁମାର ସାହୁ, ସନ୍ତୋଷ କୁମାର ସାହୁ, କୈଳାସ ସା ପ୍ରମୁଖ ଉକ୍ତ ସ୍ୱଚ୍ଛତା କାର୍ଯକ୍ରମରେ ସାମିଲ ହୋଇଥିଲେ । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ନର୍ଲା ଶାଖାର ଏତାଦୃଶା ମହତ କାମକୁ ନର୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.