ଡାକ୍ତରଙ୍କ ନର୍ସିଂହୋମ ପ୍ରୀତିଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ମାମଲା; ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ -ସ୍ୱାସ୍ଥ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ କିଛି ଦିନତଳେ ଜିଲ୍ଲାର ମାତୃ ଓ ଶିଶୁ ଡାକ୍ତରଖାନା ରୁ ବିନିକା ସିନ୍ଦୁରପୁର ର ରଞ୍ଜିତା ବାଘ ଙ୍କୁ ଡିଉଟିରେ ଥିବା ଡାକ୍ତର ମନୋଜ ନାଏକ ସ୍ଥାନୀୟ ଆଶା ନର୍ସିଂହୋମ କୁ ସ୍ଥାନାନ୍ତରିତ ପାଇଁ ପ୍ରବର୍ତ୍ତାଇ ସକାଳେ ସେଠାରେ ତାଙ୍କର ଅସ୍ତ୍ରୋପଚାର କରିବା ପରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ରଞ୍ଜିତା ହେଲେ କିଛି ସମୟ ପରେ ପ୍ରସୂତି ରଞ୍ଜିତା ବାଘ ଙ୍କ ପ୍ରଚୁର ରକ୍ତସ୍ରାବ ହେତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାଯୋଗୁଁ ତାଙ୍କୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ନାଏକ ପ୍ରସୂତି ଙ୍କୁ ସ୍ଥାନୀୟ ରକ୍ତ ଭଣ୍ଡାର ରୁ ୫ୟୁନିଟ ରକ୍ତ ମଗାଇଥିଲେ ହେଁ ଅପରାହ୍ନ ୪ଟା ଭିତରେ ରଞ୍ଜିତା ଙ୍କ ସ୍ୱାସ୍ଥ୍ୟ।ବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ମଗାଇ ବୁର୍ଲା ପଠାଇଥିଲେ ହେଲେ ସେଠାରେ ରଞ୍ଜିତା ଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ଯୋଗ୍ୟ ଯେ ଜିଲ୍ଲାର ମାତୃ ଓ ଶିଶୁ ଡାକ୍ତରଖାନାରେ ବିଶେଷ ଧରଣର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବାସତ୍ତ୍ୱେ ସେଠାରେ ରାତ୍ରିଡିଉଟି ରେ ଥିବା ଡାକ୍ତର ନାଏକ ପ୍ରସୂତି ରୋଗୀଙ୍କ ଅବସ୍ଥା ସ୍ୱାଭାବିକ ଓ ସ୍ଥିର ରହିଥିବାକହୁଥିବା ବେଳେ ସକାଳୁ ସେ ନିଜେପୁଣି କିପରି ବେସରକାରୀ ନର୍ସିଂହୋମ ରେ ସିଜରିଂ କଲେ ଓ ପରେ ପରେ ତାଙ୍କର ସ୍ୱାସ୍ଥ୍ୟ ର ଅବସ୍ଥା ଏଡ଼େ ଜଟିଳ ହୋଇପଡିଲା ଯେ ଶେଷରେ ରଞ୍ଜିତା ନିଜ ଜୀବନ ହରାଇବା ଭଳି ଏକ ଦୁଃଖଦ ଘଟଣା ମଧ୍ୟ ଘଟିଗଲା ଏହାକୁ ରଞ୍ଜିତା ର ପରିବାର ଲୋକେ ଓ ସହରବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଡାକ୍ତର ଙ୍କ ଘରୋଇ ନର୍ସିଂହୋମ ପ୍ରୀତି ସାଙ୍ଗକୁ ଚିକିତ୍ସା ରେ ଘୋର ଅବହେଳା ଯୋଗୁଁ ମହିଳା ରଂଜିତା ବାଘ ଙ୍କ ମୃତ୍ୟୁ ଘଟଣା ରେ ସହରର ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ଏକ ଦୁଃଖଦ ଘଟଣା ଏହି ବିଷୟ ଏବେ ସିଡିଏମ୍ଓ ଙ୍କ ର ତଦନ୍ତାଧିନ ରହିଛି ଦୋଷୀ ଯିଏବି ହୁଅନ୍ତୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ସରକାର ଙ୍କ ନୂତନ ମାତୃ ଶିଶୁ କେନ୍ଦ୍ର ଭଳି ଏକ ଭବ୍ୟ ମେଡିକାଲ ରେ ଚିକିତ୍ସା ର ପର୍ଯ୍ୟlପ୍ତ ସୁବିଧା ଥିବା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ଥିବା ସତ୍ୱେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ମନୋଜ ନାଏକ ଙ୍କ ନର୍ସିଂହୋମ ପ୍ରୀତି ଓ ବିଏସକେୱାଇ କାର୍ଡ ର ଅପ ବ୍ୟବହାର କୁ ଦୃଢ଼ ନିନ୍ଦା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବି l ପ୍ରକାଶ ଯୋଗ୍ୟ ଯେ ଏହି ଦୁର୍ଭାଗ୍ୟପୂର୍ଣ ଘଟଣାରେ ବ୍ରହ୍ମପୁର ର ମାନବାଧିକାର କର୍ମୀ ରବିନ୍ଦ୍ର ମିଶ୍ର ମଧ୍ୟ ସୋମବାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତକରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ମୃତ ରଞ୍ଜିତା ଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯେତେ ଶିଘ୍ର ହେବ ଏ ଘଟଣାର ଅନୁସନ୍ଧାନ କରି ଦୋଷୀ ଡାକ୍ତର ଶ୍ରୀ ନାଏକ ଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସରକାର ଙ୍କଠାରେ ବୁଦ୍ଧିଜୀବି ମହଲ ଦାବି କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.