ପିଇଓଙ୍କ ଦବଙ୍ଗଗିରି ଯୋଗୁଁ ତାଲା ଠୁଙ୍କିଥିଲେ ହିତାଧିକାରୀ, ଏବିଡିଓ ଓ ବିଏସଏସଓଙ୍କ ତଦାରଖ ପରେ ଖୋଲିଲେ ତାଲା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୫ ଦିନ ହେଲା ତାଲା ବନ୍ଦ ରହିଥିବା ବେନଗାଁ ପଞ୍ଚାୟତ କାର୍ଯ୍ୟାଳୟ ଆଜି ଖୋଲିଛି । ଲାଞ୍ଜିଗଡ଼ ବ୍ଲକ ବେନଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ ଅଶୋଭନୀୟ ବ୍ୟବହାର ସହ ୬ମାସ ହେଲା ଭତ୍ତା ଟଙ୍କା ମିଳିନଥିବା କାରଣରୁ ହିତାଧିକାରୀମାନେ ପଞ୍ଚାୟତ ଅଫିସର ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଅନୁଯାୟୀ ବୃଦ୍ଧ ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ମାନେ ନିଜ ବ୍ୟାଙ୍କ ପାସ ବହିରେ ଭତ୍ତା ଟଙ୍କା ଜମା ହେବା ଦିନ ଠାରୁ ୫ ରୁ ୬ ମାସ ଧରି ନିଜ ନିଜ ଭତ୍ତା ଟଙ୍କା ନପାଇ ବେନଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ବକେୟା ଭତ୍ତା ଟଙ୍କା ବିଷୟରେ ପଚାରିବାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ନାଏକ ଉତକ୍ତ୍ୟ ହୋଇ ବୃଦ୍ଧ ବୃଦ୍ଧା ମାନଙ୍କୁ ଦୁର୍ବ୍ୟବହାର କରିଥିବାରୁ ବୃଦ୍ଧ, ବୃଦ୍ଧା ମାନେ ରାଗି ଏକତ୍ରିତ ହୋଇ ସୋମବାର ଦିନ ବେନଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକେଇ ବନ୍ଦ କରିଥିବା ଘଟଣାକୁ ୫ ଦିନ ହୋଇଥିଲା। ଆଜି ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭୂତି ଭୂଷଣ ଶତପଥି ଓ ବିଏସଏସଓ ଅରବିନ୍ଦ ମହାପାତ୍ର ବେନଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ତଦାରଖ କରିଥିଲେ। ଯେତେ ଜଣ ବକେୟା ଭତ୍ତା ଟଙ୍କାରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ଭତ୍ତା କାର୍ଡ ତଦାରଖ କଲା ପରେ ବୃଦ୍ଧ ବୃଦ୍ଧା ମାନଙ୍କ ବକେୟା ଭତ୍ତା ଟଙ୍କା ଜୁଲାଇ ୧୦ ତାରିଖ ସୁଦ୍ଧା ଦିଆଯିବ ଓ ବେନଗାଁ ପଞ୍ଚାୟତରେ ନୂଆଁ ପିଇଓ ଦିଆଯିବ ବୋଲି ପ୍ରତିଶୃତି ଦେଲା ପରେ ପଞ୍ଚାୟତ କାର୍ଯ୍ୟାଳୟ ତାଲା ଖୋଲିଥିଲେ।