ଏନ୍ଆ‌ଇଏର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟ୍‌ରେ ୨୧ ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ନାମ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଦେଶରେ ବସିଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଦେଶରେ ଥିବା ୨୧ ଜଣ ଖାଲିସ୍ତାନୀଙ୍କ ବିରୋଧରେ ମୋଷ୍ଟ ୱାଣ୍ଟେଡ୍ ତାଲିକା ପ୍ରକାଶ କରିଛନ୍ତି। ତାଙ୍କ ବିରୋଧରେ ମାମଲା ଦାଏର କରିବା ସହ ସେମାନଙ୍କ ଫଟୋ ଏବଂ ନାମ ୱେବସାଇଟରେ ପୋଷ୍ଟ କରିଛି ଏନଆଇଏ। ଏହି ତାଲିକାରେ ଲଖବୀର ସିଂ ଲଣ୍ଡା, ମନଦୀପ ସିଂ, ସତନମ ସିଂ, ଆମରିକ୍ ସିଂଙ୍କ ସମେତ କାନାଡା, ଆମେରିକା ଏବଂ ପାକିସ୍ତାନରେ ଉପସ୍ଥିତ ଆତଙ୍କବାଦୀଙ୍କ ନାମ ମଧ୍ୟ ସାମିଲ ରହିଛି।

Omkar Vasthu
Omkar Vasthu

ଏନଆଇଏ ସୂତ୍ରରୁ ପ୍ରକାଶ ଯେ ଅନୁସନ୍ଧାନକାରୀ ସଂସ୍ଥାର ୫ ଜଣିଆ ଟିମ୍ ଖୁବ୍ ଶୀଘ୍ର ଆମେରିକାର ସାନ ଫ୍ରାନ୍ସିସ୍କୋ ଯାଇ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ କରିବେ। କୁହାଯାଉଛି ଯେ ଏହି ଟିମ୍ ଜୁଲାଇ ୧୭ ପରେ ଆମେରିକା ଯିବେ। ସୂଚନା ଥାଉକି ମାର୍ଚ୍ଚରେ ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ ଦୂତାବାସଙ୍କ ଉପରେ ଆକ୍ରମଣ କରିଥିଲେ। ଏନଆଇଏ ପ୍ରୋ- ଖାଲିସ୍ତାନୀ ଏବଂ ଖାଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପୂର୍ଣ୍ଣ ତାଲିକାର ଗୁପ୍ତ ସୂତ୍ର ଅନୁଯାୟୀ ଏନଆଇଏ, ଆଇବି ଏବଂ ରାଜ୍ୟ ପୋଲିସ ସହିତ ସୁରକ୍ଷା ଏଜେନ୍ସିମାନେ ଏକ ଡୋଜିୟର ପ୍ରସ୍ତୁତ କରିଛନ୍ତି। କୁହାଯାଉଛି ଯେ ଶିଖ୍ ଫର୍ ଜଷ୍ଟିସର ପଳାତକ ଗୁରପତବନ୍ତ ସିଂ ପନ୍ନୁଙ୍କ ନାମ ଅନୁସନ୍ଧାନକାରୀ ଏଜେନ୍ସି ତାଲିକାର ଶୀର୍ଷରେ ରହିଛି।

Pearl dental clinic
Near Ashish Medical Store, Bhawanipatna

ସୂଚନାନୁସାରେ, ଶିଖ୍ ଫର ଜଷ୍ଟିସ୍ (ଏସଏଫ୍‌ଜେ), ବବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ), ଖାଲିସ୍ତାନୀ ଲିବରେସନ ଫୋର୍ସ (କେଏଲଏଫ), ଖାଲିସ୍ତାନ ଟାଇଗର ଫୋର୍ସ (କେଟିଏଫ୍), ଖାଲିସ୍ତାନ ଜିନ୍ଦାବାଦ ଫୋର୍ସ (କେଜେଡ୍ଏଫ), ଖାଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ୍) ଇଣ୍ଟରନ୍ୟାଶନଲ ଶିଖ୍ ୟୁଥ୍ ଫେଡେରେସନ୍ (ଆଇଏସୱାଇଏଫ୍) ଏବଂ ଦଲ୍ ଖାଲସା ଇଣ୍ଟରନ୍ୟାସନାଲ୍ (ଡିକେଆଇ) ର ସଦସ୍ୟଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ୨୦ ରୁ ୨୫ ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଏକ ଲୁକ୍ ଆଉଟ୍ ସର୍କୁଲାର ମଧ୍ୟ ଜାରି କରାଯାଇଛି।

Udyog Nursery
Udyogi Nursery

ଅନ୍ୟପକ୍ଷରେ, ଖାଲିସ୍ତାନୀ ସମର୍ଥକମାନେ ଜୁଲାଇ ୮ ରେ ‘କିଲ ଇଣ୍ଡିଆ’ ନାମକ ଏକ ରାଲି ମାଧ୍ୟମରେ ଭାରତ ଏବଂ ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ ବିରୋଧ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଏହି ରାଲି ଆମେରିକାରୁ କାନାଡା ପର୍ଯ୍ୟନ୍ତ ଯୋଜନା କରାଯାଇଛି। ପ୍ରକାଶ ଯେ, ଏହି ରାଲିରେ ଗୁଇନ୍ଦା ଏଜେନ୍ସିମାନେ ଏହି ରାଲିରେ ହିଂସା ହେବାର ସମ୍ଭାବନା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.