ସାପ ଧରି ସାଧାରଣ ଲୋକଙ୍କ ଜନ ଜୀବନ ରକ୍ଷା କରି ବେଶ ଲୋକପ୍ରିୟ ଲାଞ୍ଜିଗଡ଼ରୋଡ଼ର ମିଥୁନ ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାପ ନା ଶୁଣିଲେ କିଏ ବା ନ ଡରେ । ସାପକୁ ଦେଖିଲେ ହିଁ ମନରେ ଛନକା ପଶେ। ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ସାପକୁ ଭାରି ଭଲ ପାଆନ୍ତି। ସାପ ସହିତ ସେମାନଙ୍କର ଥାଏ ନିବିଡ଼ ସମ୍ପର୍କ ଏଭଳି ଜଣେ ମଣିଷ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ର ମିଥୁନ ସାହୁ(ଚଗଳା)। ଯିଏକି ଚଗଳା ନାମରେ ବେଶ୍ ପରିଚିତ। ଚଗଳା ପେସାରେ ଜଣେ ଜିମ୍ ଟ୍ରେନର ଓ ମୋବାଇଲ ଦୋକାନୀ କିନ୍ତୁ ନିଶା ତାଙ୍କର ସାପ ଧରିବା ଲୋକଙ୍କୁ ସାପ ଓ ସାପକୁ ଲୋକଙ୍କଠୁ ବଞ୍ଚେଇବା ଦାଇତ୍ୱ ଦିର୍ଘ ତିନି ବର୍ଷ ଧରି ତୁଲାଇ ଆସୁଛନ୍ତି ଚଗଳା । ଚଗଳାଙ୍କ ସାପ ଧରିବା କୈାସଳ ଟିକେ ଅଲଗା ମାତ୍ରା ଗୋଟିଏ ବାଡ଼ି ଓ ପ୍ଲାଷ୍ଟିକ ଡବା ଦେଲେ କାମ ସରିଲା। ଯେତେ ବଡ଼ ସାପ ହେଲେ ବି ତାଙ୍କ ହାତର ଯାଦୁରେ ସାପ ବୋଲ ମାନିଥାନ୍ତି। ଯେତେବେଳେ ଯେଉଁ ସ୍ଥାନରେ ହେଉ ସାପ ଦେଖିଲେ ଖୋଜା ପଡନ୍ତି ଏହି ଚଗଳା । ସାପ ଧରିବା ତାଙ୍କ ପେଶା ନ ହେଲେ ବି ସାପ ଧରାଳି ମାନଙ୍କଠୁ କମ୍ ନୁହନ୍ତି ଚଗଳା। ଆଜକୁ ଦିର୍ଘ ତିନି ବର୍ଷ ହେଲା ୨ ଶହରୁ ଉର୍ଦ୍ଧ୍ବ ସାପ ଧରି ସେ ଜଙ୍ଗଲରେ ଛାଡ଼ିଲେଣି। ଜିମ୍ ଓ ଦୋକାନ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଚଗଳା ସାପ ଧରିବା ପାଇଁ କାହାରିଠୁ ଟଙ୍କାଟିଏ ମଧ୍ୟ ନିଅନ୍ତି ନାହିଁ। ନିଜ ଜୀବନକୁ ବାଜି ଲାଗାଇ ଅନ୍ୟ ଲୋକଙ୍କ ଜୀବନ ବଞ୍ଚିଇବା ପାଇଁ ଚଗଳାଙ୍କ ଏପରି ମହତ୍ ଉଦ୍ଦେଶ୍ୟକୁ ହୃଦୟରୁ ସଲାମ୍। ଏପଟେ ଚଗଳା କହିଛନ୍ତି ଯେ ଆମେ ସାପକୁ ମାରିବା କଥା ନୁହେଁ, ଆମେ ସାପକୁ ହଇରାଣ କଲେ ସାପ ଆମକୁ ହଇରାଣ କରିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.