ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନାରୀ ସମ୍ମାନ, ସୁସ୍ଥ ଓ ଶିକ୍ଷିତ ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଆଜି କୋକସରା ବ୍ଲକ ଆମପାଣି ବୁଢାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଠାରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଆମପାଣି ସିଏସ୍ଓ ଅନୁରାଧା ସାହା ଯୋଗଦେଇ ତମାଖୁ ବର୍ଜ୍ଜନ, ବାଳିକା ମାନଙ୍କ ମାସିକ ଧର୍ମ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା, ଶୌଚାଳୟ ବ୍ୟବହାର, ହାତଧୁଆ, କୃର୍ମୀ ନାସକ ଔଷଧ ସେବନ, ଆଇରନ ବଟିକା, ଆଖିଧରା, ପୁଷ୍ଟିହୀନତା ବିଷୟରେ ସଚେତନତା କରାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଚିତ୍ତରଞ୍ଜନ ଠାକୁର, ଲିଜ୍ୟାନନ୍ଦ ସାହୁ, ଶିକ୍ଷୟିତ୍ରୀ ମନ୍ଦାକିନୀ ନାଏକ ପ୍ରମୁଖ ସହଯୋଗ କରିଥିଲେ।