ଆବୁଧାବୀରେ ପ୍ରତିଷ୍ଠା ହେବ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବ । ସୋମବାର ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଭାରତ ଏବଂ ୟୁଏଇ ମଧ୍ୟରେ ସମ୍ପର୍କ ବହୁତ ଦୀର୍ଘ ଦିନରୁ ରହିଆସିଛି । ଭାରତର ପ୍ରଧାନମନ୍ତ୍ରୀ ଏବଂ ୟୁଏଇର ରାଷ୍ଟ୍ରପତି ଉତ୍ତମ ବନ୍ଧୁ । ଦୁଇ ଦେଶର ଭୂମିକା ବର୍ତ୍ତମାନ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବା ନିଶ୍ଚିତ ଭାବେ ଖୁସିର ବିଷୟ । ଏହି ପଦକ୍ଷେପ ଦୁଇ ଦେଶର ସଫଳ ନେତୃତ୍ୱର ପ୍ରତିଫଳନ । ଏହା ଦ୍ୱାରା ଦୁଇ ଦେଶରେ ଶିକ୍ଷା କ୍ଷେତ୍ରରେ ସମ୍ପର୍କ ଆହୁରି ନିବିଡ ହେବ । ଶିକ୍ଷା ଭିତ୍ତିଭୂମି ମଜଭୂତ ହେବା ସହ ପିଲାମାନଙ୍କ ମଧ୍ୟରେ ଇନୋଭେସନ କରିବା ପାଇଁ ଆଗ୍ରହ ଆସିବ ଏବଂ ନୂଆ ଆଇଡିଆ ଆସିବ । ବୈଶ୍ୱିକ ମଡେଲ ମଧ୍ୟ ତିଆରି ହେବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଇଆଇଟି ଦିଲ୍ଲୀରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀଙ୍କ ସହ ଫ୍ୟୁଚର୍ ଚେଞ୍ଜମେକର୍ସ ସମର ବୁଟକ୍ୟାମ୍ପର ଉଦଘାଟନ କରିଥିଲେ । ଭାରତ ଏବଂ ୟୁଏଇର ରାଷ୍ଟ୍ରଦୂତ୍ତଙ୍କୁ ସାକ୍ଷାତ୍ କରିବା ସହୟୁଏଇର ଛାତ୍ରଛାତ୍ରୀ ମାନଙ୍କୁ ଭେଟି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେ କହିଥିଲେ ବୁଟକ୍ୟାମ୍ପ ୟୁଏଇ ଏବଂ ଭାରତର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନନ୍ୟ ଶିକ୍ଷଣ ଅନଭୂତି ଦେବ । ସମାଜରୁ ସମାଜ ମଧ୍ୟରେ ଯୋଡିବ । ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଯାତ୍ରା ଏବେ ଆରମ୍ଭ ହେଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗତ ୭ ତାରିଖରେ ବିଦେଶରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ତଥା ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.