ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ ହେଲା ଭ୍ରାମ୍ୟମାଣ ଚାରା ବଣ୍ଟନ ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ବନଖଣ୍ଡ ବିଭାଗ ଓ ଜଙ୍ଗଲ ପରିବେଶ ଏବଂ ଜଳ ବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାର ପକ୍ଷରୁ ସର୍ବ ସାଧାରଣଙ୍କୁ ଚାରା ବଣ୍ଟନ ପାଇଁ ଏକ ମୋବାଇଲ ଭ୍ୟାନ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶୁଭାରମ୍ଭ କରାଯାଇଛି। ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅମରେଶ ପଣ୍ଡା, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଅଁର, ଡିଏଫଓ ମଦନ ଲାଲ ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ। ଜ଼ିଲ୍ଲାପାଳ, ଏସପି, ସମସ୍ତ ଅତିଥି ଓ ଉପସ୍ଥିତ ବୁଦ୍ଧିଜୀବୀ, ପ୍ରେସ ମିଡ଼ିଆ ସମସ୍ତେ ଗୋଟାଏ ଟଙ୍କା ମୂଲ୍ୟରେ ଚାରା ଗୋଟିଏ ଗୋଟିଏ କିଣି ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ଏ ବର୍ଷ ସମଗ୍ର ଜ଼ିଲ୍ଲାରେ ୧୦ ଲକ୍ଷ ବୃକ୍ଷ ଯୋଗାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବିଷୟରେ ଜ଼ିଲ୍ଲାପାଳ ଓ ଡିଏଫଓ ପ୍ରକାଶ କରିଥିଲେ। ପରେ ପରେ ସୋନପୁର ରେଞ୍ଜର ଭାରତ ବନ୍ଧୁ ଶବର, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର ସହର ସାରା ଏହି ଚାରା ରଥକୁ ପ୍ରତି ବ୍ୟବସାୟୀ ଓ ପ୍ରତି ଘରକୁ ଘର ବୁଲି ଚାରା ବଣ୍ଟନ କରି ନିଜ ଜୀବନ ବଞ୍ଚାଇବା ସହ ଆଗାମୀ ପିଢ଼ିଙ୍କୁ ସୁରକ୍ଷା ଦେବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସ୍ଲୋଗାନ ଓ ଗୀତ ମାଧ୍ୟମରେ ସଚେତନ ଏବଂ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ସଂଗଠନ, ଏନସିସି, ରକ୍ତ ଦାତା ସଂଘ ସମେତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ସାମିଲ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.