ୱିମ୍ବେଲଡନ ଟେନିସ: ସେମିଫାଇନାଲରେ ହାରିଲେ ବୋପାନ୍ନା-ଏବଡେନ

ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କ ଅଭିଯାନ ପୁରୁଷ ଡବଲ୍ସରେ ଶେଷ ହୋଇଛି । ବୋପାନ୍ନ-ଏବଡେନ ପ୍ରଭାବୀ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲ ଆଶା ସୃଷ୍ଟି କରିଥିଲେ । ତେବେ ସେମିରେ ସେମାନଙ୍କୁ ନିରାଶ ହେବାକୁ ପଡିଛି । ଏହି ଯୋଡିଙ୍କୁ ଟପ ସିଡ ନେଦରଲାଣ୍ଡର ୱେସଲେ କୁଲହୋଫ ଓ ଇଂଲଣ୍ଡର ନୀଲ ସ୍କୁପସ୍କି ୫-୭, ୬-୪ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟରରେ ସେମାନେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡଚ ଯୋଡୀ ଟାଲାନ ଗ୍ରୀକ୍ସପୁର ଓ ବାର୍ଟ ଷ୍ଟିଭେନ୍ସଙ୍କୁ ୬-୭(୬-୩), ୭-୫ ଓ ୬-୨ ସେଟରେ ପରାସ୍ତ କରିଥିଲେ ।

୪୩ ବର୍ଷୀୟ ବୋପାନ୍ନା କ୍ୟାରିୟରରେ ତୃତୀୟ ଥର ପାଇଁ ୱିମ୍ବେଲଡନ ଓ ଓଭରାଲ ୪ର୍ଥ ଥା ପାଇଁ ଗ୍ରାଣ୍ଡସ୍ଲାମ ମୁକାବିଲାର ସେମିଫାଇନାଲରେ ପ୍ରବେଶ କରିଥିଲେ । ପରିଣତ ବୟସରେ ବୋପାନ୍ନାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଇଛି । ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ସେମାନଙ୍କ ନିକଟରେ ସୁଯୋଗ ଉପନୀତ ହୋଇଥିଲେ ମଧ୍ୟ ଏହାକୁ ହାତଛଡା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.