ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ସଦର ବ୍ଲକ ଜନମୁରା ପଞ୍ଚାୟତ ଅନ୍ତର୍ଗତ ଜନମୁରା ଠାରୁ ସୋନପୁର ସହରକୁ ସଂଯୋଗ କରୁଥିବା ରାସ୍ତାର ଡୁଙ୍ଗୁରିପାଲି ରାସ୍ତା ପାର୍ଶ୍ୱରେ ଥିବା ଥଣ୍ଡା ପାନୀୟ ଷ୍ଟାଣ୍ଡ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛ। ଦୈନିକ ଏହି ରାସ୍ତାଦେଇ ବହୁ ଲୋକ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଯିବା ଆସିବା କରୁଛନ୍ତି। ହେଲେ ଏହି ପାନୀୟ ଜଳ ଷ୍ଟାଣ୍ଟର ରକ୍ଷଣାବେକ୍ଷଣ ହେଉନଥିବାରୁ ଅପରିଷ୍କାର ହୋଇରହିଛି। ପାନୀୟ ଜଳ ଷ୍ଟାଣ୍ଡ ସମ୍ମୁଖ ଚଟାଣ କଂକ୍ରିଟକରଣ ହୋଇନଥିବାରୁ ବର୍ଷା ଦିନରେ କାଦୁଅ ହେବା ସଙ୍ଗେ ଲଟାବୁଦାରେ ପୂର୍ଣ୍ଣ। ଯାହାଫଳରେ ରାସ୍ତାରେ ଯାଉଥିବା ପଥଚାରୀ ପାନୀୟ ଜଳ ସେବନରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଏହାର ପରିଷ୍କାର କରିବା ସଙ୍ଗେ କଂକ୍ରିଟକରଣ କରିବାକୁ ବ୍ଲକ ପ୍ରଶାସନକୁ ଦାବି କରୁଛନ୍ତି ଅଞ୍ଚଳବାସୀ।