ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ସହରର କାଳୀ ମନ୍ଦିର ଛକ ନିକଟ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ପାଚେରୀ ନିକଟରୁ ଆଜି ଏକ ବିରଳ ଧଳା ପେଚା ଉଦ୍ଧାର ହୋଇଛି | ରାସ୍ତା କଡ ଡ୍ରେନ ଉପରେ ପେଚାଟି ଉଡି ନ ପାରି ବସି ରହିଥିବା ବେଳେ ସ୍ଥାନୀୟ କିଛି ଲୋକେ ଦେଖିବାକୁ ପାଇଥିଲେ | ପରେ ପେଚାଟିକୁ ଉଦ୍ଧାର କରି ମନ୍ଦିର ନିକଟକୁ ନିଆ ଯାଇଥିବା ଦେଖିବାକୁ ମିଳିଥିଲା | ପେଚାଟିକୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା |