ନିବାସିନୀ ବିଶ୍ବାଳ, କେସବ ସାହୁ ଓ ଦିପ୍ତିମୟୀ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭାବବିହ୍ଵଳ ହେଲେ ନର୍ଲା ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ପିଅନ କେଶବ ସାହୁ ଓ ଆଇସିଡିଏସ ସୁପରଭାଇଜର ଦିପ୍ତିମୟୀ ମିଶ୍ରଙ୍କ ଜୁଲାଇ ୩୧ ଚାକିରୀର କାର୍ଯ୍ୟକାଳ ସରିଯାଇଥିବାରୁ ସୋମବାର ଅପରାହ୍ନ ୪ ଟା ବେଳେ ନର୍ଲା ବ୍ଲକ୍ ସମ୍ମେଳନ କକ୍ଷରେ ଏହି ତିନିଜଣ ବିଦାୟୀ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏନେଇ ବ୍ଲକ ସମ୍ମେଳନ କକ୍ଷରେ ବିଡିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତୀ, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତୀ, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ଏବିଡିଓ ଦେବେନ୍ଦ୍ର ସାମଲ ପ୍ରମୁଖ ମଞ୍ଚାସୀନ ରହିଥିଲେ । ସଭାରେ ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ନର୍ଲା ସରପଞ୍ଚ ତନୁଜା ହରପାଲ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସମାଜସେବୀ ତଥା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର, ତ୍ରୈଲୋକ୍ୟ ହରପାଲ, ସେକସନ ଅଫିସର ଦିଗ ପଧାନ, ଯୋଗାଣ ଅଧିକାରୀ ଶିବ ମହାନ୍ତି, କେସିଅର ମଳୟ ପଧାନ, କନିଷ୍ଠ ଯନ୍ତ୍ରୀ ଅମିତ କୁମାର ସିଂ, ସୁକାନ୍ତୀ ବିଶ୍ୱାଳ, ସଂଯୁକ୍ତା ପାଣି, ସିପି ସୁଧାଂଶୁ ପାଣିଗ୍ରାହୀ, ବିଏସଏସଓ ପ୍ରଦୀପ ବେହେରା, ଏପିଓ ସନ୍ତୋଷ ପଣ୍ଡା, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, କାର୍ଯ୍ୟନିର୍ବାହୀ ଅଧିକାରୀ କିରଣଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ, ସେନାପତି ମଙ୍ଗରାଜ, ମୁରଲୀଧର ମୁଣ୍ଡ, ରବି ନାୟକ, ଟକର୍ଲା ପିଇଓ ମଧୁସୁଦନ ପ୍ରମୁଖ ଉପସ୍ଥିତ ରହି ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ସୁପରଭାଇଜର ଦିପ୍ତି ମିଶ୍ରଙ୍କ ସମୟରେ ନର୍ଲା ଆଇସିଡିଏସ ଅଫିସ, ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଅତି ସୁନ୍ଦର ଭାବରେ ପରିଚାଳନା ହେବା ସହିତ ନର୍ଲାରେ ଶିଶୁ ଓ ମାତୃ ମୃତ୍ୟୁହାରରେ ଢେର ସୁଧାର ଆସିଥିବା ସମସ୍ତେ ମତବ୍ୟକ୍ତ କରିବା ସହ ଏଥିପାଇଁ ସିଡିପିଓଙ୍କ କଠୋର ପରିଶ୍ରମ ଓ କାର୍ଯ୍ୟ ଦକ୍ଷତାର ପ୍ରତିଫଳନ ବୋଲି ଅତିଥି ବ୍‌ୃନ୍ଦ ତାଙ୍କ ଅଭିଭାଷଣରେ କହିଥିଲେ । ସେହିଭଳି ନର୍ଲା ବ୍ଲକ ର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବେଶ ପରିଚିତ ଚତୁର୍ଥ ଶ୍ରେଣୀ କର୍ମଚାରୀ କେଶବ ସାହୁଙ୍କ ସେବା ଓ ତ୍ୟାଗପୁତ କାର୍ଯ୍ୟକୁ ନର୍ଲା ବ୍ଲକ ଚିରଦିନ ପାଇଁ ମନେ ରହିବ ବୋଲି ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସେଠୀ ଭାବବିହ୍ୱଳ ହୋଇ କହିଥିଲେ । ସବୁବେଳେ କାର୍ଯ୍ୟ ତତ୍ପର କେଶବ ନର୍ଲା ବ୍ଲକକୁ କେବଳ କର୍ମସ୍ଥଳୀ ବୋଲି ନୁହଁ ନିଜ ପରିବାର ମନେକରି ଉତ୍ତମ ସେବା ଯୋଗାଇ ଆସୁଥିଲେ । ତାଙ୍କ ଅତୁଳନୀୟ ଅବଦାନ ଆମେ କେବେ ଭୁଲିପାରିବୁ ନାହିଁ ବୋଲି ନର୍ଲା ବ୍ଲକ ଅଧ୍ୟକ୍ଷା ତାଙ୍କ ଅଭିଭାଷଣରେ କହିଥିଲେ । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷିତିଶ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯଶୋବନ୍ତ ବାଗ, ପ୍ରମିଳା ଦାସ, ଚନ୍ଦ୍ରମଣି ମାଝୀ,ରୁଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନର୍ଲା ବ୍ଲକରେ ପିଅନ ଭାବରେ ୧୯୮୨ ରୁ ୪୧ ବର୍ଷ ଧରି ସେବା ଯୋଗାଇଆସୁଥିଲେ କେଶବ ସାହୁ । ସେହିଭଳି ସିଡିପିଓ ଶ୍ରୀମତୀ ବିଶ୍ୱାଳ ସେପ୍ଟେମ୍ବର ୨୦୨୧ ରେ ନର୍ଲାରେ କାର୍ଯ୍ୟରେ ଯୋଗଦାନ କରିଥିଲେ । ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସମ୍ବର୍ଦ୍ଧନା ସଭା । ଏହାପରେ ଅବସରପ୍ରାପ୍ତ ସିଡିପିଓ ନିବାସିନୀ ବିଶ୍ୱାଳ, ସୁପରଭାଇଜର ଦିପ୍ତି ମିଶ୍ର ଓ କେଶବ ସାହୁଙ୍କୁ ବ୍ଲକ ତରଫରୁ ବିଡିଓ, ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ପ୍ରମୁଖ ପୁଷ୍ପଗୁଚ୍ଛ, ଉପଢୌକନ, ଛତା ଓ ମିଠା ପ୍ୟାକେଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବ୍ୟକ୍ତିଗତ ଭାବରେ ଏବିଡିଓ ଶ୍ରୀ ସାମଲ, ପିଇଓ ମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.