ସ୍ୱାଧୀନତା ଦିବସରେ ଝଂଜାବତୀ ନଦୀ ତଟରେ ବୃକ୍ଷ ରୋପଣ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୭୭ତମ ସ୍ୱାଧୀନତା ଦିବସ ପାଳନ ତଥା ଆଜାଦି କା ମହୋତ୍ସବର ସ୍ମୃତି ପାଇଁ ରାୟଗଡା ଜିଲ୍ଳା ସଦର ବ୍ଳକ ହାଲୁଆ ଗ୍ରାମ ପଂଚାୟତର ସଦର ହାଲୁଆ ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ରାୟଗଡା ବନଖଣ୍ଡ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଲୁଆ ଗ୍ରାମ ପଂଚାୟତ ସରପଂଚ ତାମାରାଓ ବିଡିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର (ଟୁନା ଟନଟନ୍‌)ଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ପଂଚାୟତ ସମିତି ସଭ୍ୟା ବାସନ୍ତି ଜାକାକା,ହାଲୁଆ ଗ୍ରାମବାସୀ ଏବଂ ବନ ବିଭାଗର ଏସିଏଫ୍ ସଂଜୀବ କୁମାର ପୃଷ୍ଟି, ବନାଂଚଳ ଅଧିକାରୀ ସଂଜୟ କୁମାର ଦାଶ, ବନପାଳ ଗୈାରୀ ଶଙ୍କର ସାହୁଙ୍କ ସମେତ ପଂଚାୟତ ନିର୍ବାହୀ ଅଧିକାରୀ ଅଜିତ କୁମାର ହୋତା ପ୍ରମୁଖ ଉପସ୍ଥିତ ରହି ହାଲୁଆ ଗ୍ରାମ ନିକଟରେ ପ୍ରବାହିତ ଝଂଜାବତୀ ନଦୀ ତଟରେ ୭୫ଟି ବୃକ୍ଷ ରୋପଣ କରିଥିଲେ । ବିଶେଷ କରି କରଂଜ, ବଉଳ, ଅର୍ଜୁନ, ପିସ୍ତାବାଦାମ, ଜାମୁକୋଳି, ନିମ, ମେହଗାନୀ, ସିସୁ ଆଦି ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ହାଲୁଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ବସୁଧା ବନ୍ଦନ ଅନ୍ତର୍ଗତ ଅମୃତ ବାଟିକା କାର୍ଯ୍ୟକ୍ରମ ଅନୁଯାୟୀ ସରପଂଚ ଶ୍ରୀ ବିଡିକା ବୃକ୍ଷରୋପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.