ପଞ୍ଚାୟତ ସମିତି ହାଇସ୍କୁଲ କର୍ଲାମୁଣ୍ଡାର ହେଲା ନାମ ପରିବର୍ତ୍ତନ

ଏଣିକି ରତନ ଭୋଇ ପଂଚାୟତ ସମିତି ହାଇସ୍କୁଲ ହେବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲ କର୍ଲାମୁଣ୍ଡା ର ନାମ ପରିବର୍ତ୍ତନ ହୋଇ ବର୍ତ୍ତମାନ ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ କର୍ଲାମୁଣ୍ଡା ନାମରେ ନାମିତ ହୋଇଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ ୧୯୮୪ ମସିହାରେ ବ୍ଳକ ସଦର ଠାରେ ଅଞ୍ଚଳ ବାସୀଙ୍କ ଉଦ୍ୟମରେ ପଞ୍ଚାୟତ ସମିତି ହାଇସ୍କୁଲ କର୍ଲାମୁଣ୍ଡା ସ୍ଥାପନ କରାଯାଇଥିଲା।ଏଥିପାଇଁ ସ୍ବର୍ଗତ ରତନ ଭୋଇଙ୍କ ପରିବାର ଆବଶ୍ୟକ ଜମି ଦାନ କରିଥିଲେ। ତେବେ କୌଣସି କାରଣରୁ ସ୍କୁଲକୁ ଦେଇଥିବା ଜମି ସ୍କୁଲ ନାମରେ ହୋଇପାରିନଥିଲା। ଏଥିପାଇଁ ଜମିଦାନ କରିଥିବା ପରିବାର ପକ୍ଷରୁ ପୁଣିଥରେ ସ୍କୁଲ ନାମରେ ଦାନ କରିଥିବା ଜମିକୁ ରେଜିଷ୍ଟ୍ରେସନ କରିଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏଣୁ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ସ୍ବର୍ଗତ ରତନ ଭୋଇଙ୍କ ନାମରେ ସ୍କୁଲକୁ ନାମିତ କରାଯିବାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତଦନୁସାରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୧୦୭୦, ତାରିଖ ୧/୯/୨୦୨୩ ଓ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମେମୋ ନମ୍ବର ୫୯୩୯ ତାରିଖ ୭/୯/୨୦୨୩ ଅନୁସାରେ ବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ନନ୍ଦି କିଶୋର ଭୋଇ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.