ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ଭାରତ

ଓଡ଼ିଆ ବାର୍ତ୍ତା/ କଲୋମ୍ବୋ: ଭାରତୀୟ ଦଳ ଏସିଆ କପ୍ ୨୦୨୩ ର ସୁପର ୪ର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ମଧ୍ୟ ଫାଇନାଲରେ ପ୍ରବେଶ କରିଛି। ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ। ସେପ୍ଟେମ୍ବର ୧୪ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚର ବିଜେତା ଦଳ ଫାଇନାଲରେ ପ୍ରବେଶ କରିପାରିବ। ଶ୍ରୀଲଙ୍କା ବିପକ୍ଷରେ ଭାରତ ୨୧୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ୧୭୨ ରନରେ ଅଲ ଆଉଟ ହୋଇଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟର ହିରୋ କୁଲଦୀପ ଯାଦବ। ସୋମବାର ଦିନ ସେ ପାକିସ୍ତାନ ବିପକ୍ଷରେ ପାଞ୍ଚଟି ୱିକେଟ୍ ନେଇଛନ୍ତି ଏବଂ ମଙ୍ଗଳବାର ସେ ଶ୍ରୀଲଙ୍କା ବିପକ୍ଷରେ ୯.୩ ଓଭରରେ ୪୩ ରନ୍ ପାଇଁ ୪ ୱିକେଟ୍ ନେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଭାରତର ବ୍ୟାଟିଂ ଖରାପ ରହିଥିଲା କିନ୍ତୁ ବୋଲରମାନେ ପାକିସ୍ତାନ ପରେ ଶ୍ରୀଲଙ୍କା ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିଲେ। ଏହି ମ୍ୟାଚରେ କୁଲଦୀପ ଯାଦବଙ୍କ ୪ଟି ୱିକେଟ୍ ବ୍ୟତୀତ ରବିନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମରା ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। କିନ୍ତୁ ଶ୍ରୀଲଙ୍କା ଖେଳାଳିଙ୍କ ସାମ୍ନାରେ ଟିମ୍ ଇଣ୍ଡିଆ ମାତ୍ର ୨୧୩ ରନ୍ ପାଇଁ ଆଉଟ୍ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.