ଖୋଲିଲା ଚୀନର ଅସଲ ମୁଖା: ଚୀନର ପ୍ରକୃତ ମାନଚିତ୍ର ସେୟାର କଲେ ପୂର୍ବତନ ସେନା ମୁଖ୍ୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମିଳିଲା ଚୀନର ପ୍ରକୃତ ମାନଚିତ୍ର। ଏହି ମାନଚିତ୍ର ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି ପୂର୍ବତନ ସେନା ମୁଖ୍ୟ ମନୋଜ ନରଭଣେ। ମାନଚିତ୍ରରେ ତାଇୱାନ, ହଂକଂ, ତିବ୍ଦତ, ଗ୍ରୀସ୍ ଏବଂ ଚୀନ୍ ସୀମାବର୍ତ୍ତୀ ଦେଶଗୁଡିକ ଚୀନ୍ ଦ୍ୱାରା ଅଧିକୃତ ବୋଲି ଦର୍ଶାଯାଇଛି। ଚୀନ୍‌ର ନୂତନ ମାନଚିତ୍ରକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଥିବା ସମୟରେ ସେ ଏହି ମାନଚିତ୍ରକୁ ସେୟାର କରିଛନ୍ତି। ଚୀନ୍ ଦେଶର ଏକ ନୂତନ ମାନଚିତ୍ର ପ୍ରକାଶ କରିଛି। ଏଥିରେ ତାଇୱାନ ଏବଂ ଭାରତର ଅରୁଣାଚଳ ପ୍ରଦେଶକୁ ଏହାର ଅଂଶ ଭାବରେ ଅନ୍ତର୍ଭୁକ୍ତ କରିଛି। ଅଗଷ୍ଟ ୨୮ ରେ, ବେଜିଂ ଚୀନର ଏକ ମାନଚିତ୍ର ପ୍ରକାଶ କରିଥିଲା ​​ଯେଉଁଥିରେ ତାଇୱାନ, ଆକସାଇ ଚିନ୍ ଏବଂ ଅରୁଣାଚଳ ପ୍ରଦେଶକୁ ଏହାର ଅଂଶ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ଯାହାକୁ ଭାରତ ଦୃଢ ବିରୋଧ କରିଛି। ବର୍ତ୍ତମାନ ପୂର୍ବତନ ସେନା ମୁଖ୍ୟ ନରଭଣେ ଚାଇନାର ମାନଚିତ୍ରର ଫଟୋ ଏକ୍ସ(ଟ୍ୱିଟର) ରେ ସେୟାର କରି କହିଛନ୍ତି ଯେ ଶେଷରେ କେହି ଜଣେ ଚୀନ୍‌ର ପ୍ରକୃତ ମାନଚିତ୍ର ପାଇଛନ୍ତି। ମାନଚିତ୍ରରେ ତାଇୱାନ, ହଂକଂ, ତିବ୍ଦତ, ଦକ୍ଷିଣ ମୋଙ୍ଗୋଲିଆ ଏବଂ ଗ୍ରୀସ୍ ଏବଂ ଅନ୍ୟାନ୍ୟ ଦେଶ ଚୀନ୍ ଦ୍ୱାରା ଅଧିକୃତ ଦେଶ ଭାବରେ ଦର୍ଶାଯାଇଛି। ଚୀନ୍ ସବୁବେଳେ ଏହି ସବୁ ଦେଶ ଦାବି କରିଆସୁଛି। ଏଥି ସହିତ ଅରୁଣାଚଳ ପ୍ରଦେଶର କିଛି ଅଂଶ ଏବଂ ଭାରତର ଆକସାଇ ଚିନ୍ ଉପରେ ମଧ୍ୟ ଦାବି ରହିଛି।

Omkar Vasthu
Omkar Vasthu

ମାନଚିତ୍ରରେ ନଅ-ଡ୍ୟାସ୍ ଲାଇନରେ ନିଜର ଦାବି ଉପସ୍ଥାପନ କରି ଚୀନ୍ ଦକ୍ଷିଣ ଚୀନ୍ ସାଗରର ଏକ ବଡ଼ ଅଂଶ ଦାବି କରିଛି। ତେବେ ଭିଏତନାମ, ଫିଲିପାଇନ୍ସ, ମାଲେସିଆ ଏବଂ ବ୍ରୁନେଇ ଏହି ଅଂଶଗୁଡିକ ପାଇଁ ଦାବି ଜାରି ରଖିଛନ୍ତି। ଅନ୍ୟପଟେ ଚୀନ୍ ଜାରି କରିଥିବା ନୂଆ ମ୍ୟାପ୍ ଅନୁଯାୟୀ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍ ସହିତ ତାଇୱାନ୍ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ନିଜ ଦେଶର ଅଂଶ ଭାବେ ଦେଖାଯାଇଛି। ଚୀନର ଏଭଳି କାର୍ଯ୍ୟକୁ ଭାରତ କଡ଼ା ନିନ୍ଦା କରିଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.