ଡରେଇ ପାରିଲାନି ବର୍ଷା କି ସରକାରୀ ନାଲି ଆଖି; ଗଣଧାରଣା ଜାରି, ସମସ୍ତଙ୍କ ସହଯୋଗରେ ଶିକ୍ଷକ ଉତ୍ସାହିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତିକୂଳ ପାଗ, ଘନଘୋର ବର୍ଷା, ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଖାଁ ଖାଁ। ତଥାପି ପ୍ରବଳ ଉତ୍ସାହର ସହ ଘରୁ ଗୋଡ଼ କାଢ଼ିଛନ୍ତି ଶିକ୍ଷକ। ଦାବି ପୂରଣ ନହେଲା ଯାଏଁ ଧରଣାରୁ ଓହରିବେ ନାହିଁ ବୋଲି ଜିଦରେ ଅଟଳ ରହି ଜମା ହୋଇଛନ୍ତି ବିଇଓ ଅଫିସ ଆଗରେ, ଟେଣ୍ଟ ତଳେ। ଗତକାଲି ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ। ନର୍ଲା, ଲାଞ୍ଜିଗଡ଼ ଓ ମଦନପୁର ରାମପୁର ବ୍ଲକରେ ଅତି ପ୍ରବଳ ବର୍ଷା ସତ୍ତ୍ୱେ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାସ୍ଥଳକୁ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ସରକାରୀ ସ୍ତରରେ ଶିକ୍ଷକଙ୍କୁ ଡରାଇବାକୁ ପ୍ରୟାସ ଚାଲିଥିବା ବେଳେ ସେଥିରେ ବିଚଳିତ ନହୋଇ ଲକ୍ଷ୍ୟ ଦିଗରେ ଆଗେଇ ଯିବାକୁ ଆହ୍ୱାନ ଦେଇଛନ୍ତି କଳାହାଣ୍ଡି ଜିଲ୍ଲା ପ୍ରାଥମିକ ସଂଘର ସାଧାରଣ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ। ସେପଟେ ଓଷ୍ଟା, ଏସଟିଏଫଆଇ, ରାଜ୍ୟ ପ୍ରାଥମିକ ଶିକ୍ଷା ଅଭିଭାବକ ମହାସଂଘ ଆଦି ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି। ସରକାର ଦାବି ପୂରଣ ନକଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ନର୍ଲା ବ୍ଲକ ଶିକ୍ଷକ ସଂଘର ସଂପାଦକ ଅମିତ କୁମାର ଶର୍ମା ମତପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.