ଏପରି ଏକ ଦୁର୍ଗ: ଏଠାକୁ ଯିବା ତ ସହଜ କିନ୍ତୁ ଫେରିବା କଷ୍ଟ

ଭାରତରେ ଏପରି ଅନେକ ଦୁର୍ଗ ଅଛି ଯାହା ରହସ୍ୟରେ ଘେରି ହୋଇ ରହିଛି । ଯାହା ଦେଖିବାକୁ ତ ବହୁତ ସୁନ୍ଦର ଲାଗିଥାଏ ମାତ୍ର ସେଠାକୁ ଗଲେ ଲୋକ ମୃତ୍ୟୁ ମୁଖରେ ପଟିଥାନ୍ତି । ତେବେ ଆମ ଦେଶରେ ଏପରି ଏକ ଦୁର୍ଗ ଅଛି ଯେଉଁଠିକି କେହିବି ତ ସହଜରେ ଯାଇପାରିବ ମାତ୍ର ସେଠାରୁ ଫେରିବା ଏତେ ସହଜ ନୁହେଁ । କେହି କେହି କୁହନ୍ତି ସେଠାରୁ ଫେରିବା ମୃତ୍ୟୁ ମୁଖରୁ ଫେରିବା ସହ ସମାନ ।  ସେହି ଦୁର୍ଗକୁ ଦେଶର ସବୁଠାରୁ ଭୟାନକ ଦୁର୍ଗ କୁହାଯାଏ ।

Omkar Vasthu
Omkar Vasthu

ତେବେ ଦୁର୍ଗଟି ମୁମ୍ବାଇ-ପୁଣେ ରାସ୍ତାରେ ରହିଛି । କେହି କେହି ଏହାକୁ ପ୍ରବାଳଗଡ ଦୁର୍ଗ କହୁଥିବା ବେଳେ କେହି କେହି ଏହାକୁ କଳାବତୀ ଦୁର୍ଗ କହିଥାନ୍ତି । ଗୌତମ ଦୁଦ୍ଧଙ୍କ ସମୟରେ ଏହି ଦୁର୍ଗଟିର ନାମ ଥିଲା ମୁରଞ୍ଜନ ଦୁର୍ଗ । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ଅର୍ଥାତ୍ ଛତ୍ରପତି ଶିବାଜୀ ମହାରାଜଙ୍କ ସମୟରେ ଏହା ରାଣୀ କଳାବତୀଙ୍କ ନାମରେ ନାମିତ ହେଲା । ସେବେଠାରୁ ଏହା କଳାବତୀ ଦୁର୍ଗ ନାମରେ ନାମିତ ।

Pearl dental clinic
Near Ashish Medical Store, Bhawanipatna

ଏହି ଦୁର୍ଗ ଭାରତର ସବୁଠୁ ଭୟାନକ ଦୁର୍ଗ । ଏହି ଦୁର୍ଗର ଉଚ୍ଚତା ୨୩୦୦ ଫୁଟ। ଏଠାକୁ ବହୁ କମ୍‌ ଲୋକ ଆସିଥାନ୍ତି। ଯେଉଁମାନେ ଆସିଥାନ୍ତି ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ଚାଲିଯାଇଥାନ୍ତି। କାରଣ ଏଠାରେ ପାଣି ନାହିଁ କି ବିଜୁଳି ନାହିଁ। ଯେଉଁମାନେ ଏଠାକୁ ଯାଆନ୍ତି ସେମାନେ ତାଙ୍କ ସାଙ୍ଗରେ ୩/୪ଲିଟର ପାଣି ନେଇ ଯାଆନ୍ତି ।

Udyog Nursery
Udyogi Nursery

ଏହି ଦୁର୍ଗରେ ସୂର୍ଯ୍ୟ ବୁଡ଼ିବା କ୍ଷଣି ବହୁଦୂର ପର୍ଯ୍ୟନ୍ତ ଅନ୍ଧାର ଦେଖାଯାଏ। ଏହି ଦୁର୍ଗକୁ ଯିବା ପାଇଁ ପାହାଡ଼ କଟାଯାଇ ଶିଡ଼ି ତିଆରି କରାଯାଇଛି। ଶିଡ଼ି ଚଢ଼ିବାକୁ ହେଲେ ଭୟ ଲାଗିବ। ଯଦି ଗୋଡ଼ ଖସିଗଲା ତେବେ ୨୩୦୦ ଫୁଟ ତଳେ ଯାଇ ପଡ଼ିବେ। ଯେହେତୁ ଦୁର୍ଗଟି ସବୁଜ ଏବଂ ପଥର ଦ୍ଵାରା ଘେରି ରହିଛି, ତେଣୁ ସନ୍ଧ୍ୟାରେ ଦୁର୍ଗରେ ସାମାନ୍ୟ ଥଣ୍ଡା ଅନୁଭୁତ ହୋଇଥାଏ । ବର୍ଷାଦିନେ ଏହି ଦୁର୍ଗ ବେଶ୍ ଖତରନାକ୍ ହୋଇଥାଏ । କାରଣ ଏହାର ରାସ୍ତା ବହୁତ ଚିକ୍କଣ ହୋଇଯାଇଥାଏ । କୁହାଯାଏ ଯେ ପୂର୍ବରୁ ଏଠାରୁ ଖସିପଡ଼ି କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.