ପୂର୍ବତନ ଶିକ୍ଷକ ସିନ୍ଧୁରାଜ ସାହୁଙ୍କ ପରଲୋକ: ଅଞ୍ଚଳରେ ଶୋକର ଛାୟା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଟକର୍ଲା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାପଲା ଗ୍ରାମର ପୂର୍ବତନ ଶିକ୍ଷକ ସିନ୍ଧୁରାଜ ସାହୁ ଶୁକ୍ରବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲା ବେଳେ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରି ଥିଲେ । ସେ ୧୯୭୮ ମସିହାରେ ଶିକ୍ଷକ ଭାବେ ଯୋଗଦେଇ ଦୀର୍ଘ ୧୦ ବର୍ଷ ଧରି ଶିକ୍ଷାଦାନ କରି ସ୍ଵେଚ୍ଛାକୃତ ଭାବେ ଚାକିରି ଛାଡିଥିଲେ । ସରକାରୀ ପ୍ରାଥମିକ ବିଦ୍ୟାଳୟ ମୁଣ୍ଡାପଲାକୁ ସେ ୨୨ ଡିସିମିଲ ଜମି ଦାନ କରିଛନ୍ତି । ସେ ଜଣେ ମିଷ୍ଟଭାଷୀ, ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ । ଆଜି ତାଙ୍କର ପରଲୋକ ଖବର ଜଣା ପଡିବା ପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି । ପୈତୃକ ଜମିରେ ତାଙ୍କର ଶେଷକୃତ୍ୟ କରାଯାଇଥିବା ବେଳେ ବଡ଼ପୁଅ ଶଙ୍କର ସାହୁ ମୁଖାଗ୍ନି ଦେଇଥିଲେ । ମଝିଆ ପୁଅ ଗୁଣନିଧି ସାହୁ, ସାନପୁଅ ଶରତ ସାହୁ, ନାତି, ନାତୁଣୀ, ଝିଅ, ଜ୍ବାଇଁ, ଵଡଭାଇ ,ଵଡଭଉଣୀ, ଶଳା ସମେତ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ରିଞ୍ଜାର ପୂର୍ବତନ ସରପଞ୍ଚ ହୃଦାନନ୍ଦ ସାହୁ, ରୁପ୍ରାର ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର ସେନାପତି, ସମବାୟ ସେବା ସମିତି ଜିଲ୍ଲା ଡାଇରେକ୍ଟର ରମେଶ ଚନ୍ଦ୍ର ସାହୁ, ଟକର୍ଲା ସରପଞ୍ଚ ରାମଚନ୍ଦ୍ର ସାହୁ, ଦକ୍ଷିଣାଶୌଣ୍ଢିକ ସମାଜ, ସାମ୍ବାଦିକ ନବୀନ ସାହୁ, ଧନୁର୍ଯ୍ୟ ସାହୁ, ଅଜୟ ସେନାପତି ପ୍ରମୁଖି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.