ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି, ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କରେ ବଢିଛି ଜମାରାଶି ସଂଖ୍ୟା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶର ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛି। ତଥ୍ୟ ଦର୍ଶାଉଛି ଯେ ୧୯୫୧ ରୁ ୨୦୧୪ ମସିହା ଅର୍ଥାତ୍ ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କଗୁଡିକରେ ୧୪୨ ଲକ୍ଷ କୋଟି ଟଙ୍କା ମୋଟ ଜମା ଏବଂ ଋଣ ରାଶିରେ ରହିଛି। କିନ୍ତୁ ୨୦୧୪ ରୁ ୨୦୨୩ ମଧ୍ୟରେ ଏହା ୧୮୭ଲକ୍ଷ କୋଟି ଟଙ୍କା ରହିଛି। ଏହାର ଅର୍ଥ ୬୦ବର୍ଷ ତୁଳନାରେ ଗତ ୯ ବର୍ଷରେ ଆର୍ଥିକ ବୃଦ୍ଧି ୧.୩ ଗୁଣ ଅଧିକ ରହିଛି। ଏସବିଆଇର ଏକ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ଗତ ୯ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡିକର ଜମା ଓ ଋଣ ରାଶି ଯଥେଷ୍ଟ ବୃଦ୍ଧି ପାଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଉନ୍ନତିର ପ୍ରଭାବ ଦେଶର ଅର୍ଥନୀତିରେ ସିଧାସଳଖ ଦୃଶ୍ୟମାନ ହେଉଛି। ୧୯୫୧ରୁ ୨୦୧୪ ତୁଳନାରେ ଗତ ୯ ବର୍ଷରେ ଜିଡିପି ୧.୪ ଗୁଣ ବୃଦ୍ଧି ପାଇଛି ବୋଲି ଆରବିଆଇ ଏକ ରିପୋର୍ଟରେ ଦର୍ଶାଇଛି।୨୦୨୪ ଆର୍ଥିକ ବର୍ଷର ନୋମିନାଲ ଜିଡିପି ତୁଳନାରେ ବ୍ୟାଙ୍କଗୁଡ଼ିକର ଋଣର ଅନୁପାତ ୧.୭ ଗୁଣ ହୋଇପାରେ, ଯାହା ପୂର୍ବ ବର୍ଷରେ ୧.୨ ଗୁଣ ଥିଲା। ରିପୋର୍ଟ ଅନୁଯାୟୀ, ୨୦୦୧ ରୁ ୨୦୧୦ମଧ୍ୟରେ ନୋମିନାଲ ଜିଡିପିରେ ବ୍ୟାଙ୍କ କ୍ରେଡିଟ୍ ହାରାହାରି ୧.୮୨ ଗୁଣ ବୃଦ୍ଧି ପାଇଥିବାବେଳେ ୨୦୧୧-୨୦ ମଧ୍ୟରେ ଏହା ଏକ ଥର ହ୍ରାସ ପାଇଛି। ଏହାର କାରଣ ହେଉଛି ୨୦୦୮ ରେ ବିଶ୍ୱର ବିମୁଦ୍ରାକରଣ ବ୍ୟାଙ୍କର ବାଲାନ୍ସ ସିଟ୍ ଉପରେ ବହୁତ ଚାପ ପକାଇଥିଲା। ଯେତେବେଳେ ୨୦୨୦-୨୧ ଏବଂ ୨୦୨୨ରେ କରୋନା କାରଣରୁ ଜିଡିପି ପ୍ରଭାବିତ ହୋଇଥିଲା, ବ୍ୟାଙ୍କିଂ କ୍ଷେତ୍ରରେ ୨୦୦୮ ଭଳି ସମାନ ଧାରା ଦେଖାଯାଇଥିଲା। ମୋଟ ବ୍ୟକ୍ତିଗତ ଋଣରେ ୫୦ ହଜାର ଏବଂ ତଦୁର୍ଦ୍ଧ୍ୱ ଅଂଶ ହେଉଛି ୯୮ ପ୍ରତିଶତ। ୫୦ ହଜାରରୁ କମ୍ ମୂଲ୍ୟର ଅଂଶ ମାତ୍ର ୨ ପ୍ରତିଶତ। ଅଧିକ ମୁଦ୍ରାସ୍ଫୀତି ହେତୁ ଲୋକମାନେ ବର୍ତ୍ତମାନ କ୍ରେଡିଟ୍ କାର୍ଡରେ କମ୍ ଖର୍ଚ୍ଚ କଲେ। ଯଦିଓ ଅଗଷ୍ଟରେ କ୍ରେଡିଟ୍ କାର୍ଡ ଖର୍ଚ୍ଚ ୧୩ ପ୍ରତିଶତ ବୃଦ୍ଧି ପାଇଛି, ଜାନୁଆରୀ ତୁଳନାରେ ଏହା ୨୪ ପ୍ରତିଶତ ହ୍ରାସ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.