ସୁବର୍ଣ୍ଣପୁର ଜିଲ୍ଲା ସଦର ରିଜର୍ଭ ପୋଲିସ ପଡିଆରେ ସହିଦ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସଦର ରିଜର୍ଭ ପୋଲିସ ପଡ଼ିଆ ରେ ୬୪ ତମ ସହିଦ ଦିବସ ପାଳିତ ହୋଇ ଯାଇଛି l ଏହି ଅବସର ରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସମୟରେ ପୋଲିସ ଜନସାଧାରଣଙ୍କୁ ସହଯୋଗ କରି ଆସିଛି । ଅନେକ ସମୟରେ ନିଜେ ବିପଦରେ ପଡି ଅନ୍ୟର ଜୀବନ ରକ୍ଷା କରୁଛି। ପୋଲିସ ସବୁବେଳେ ଜନସାଧାରଣଙ୍କ ବନ୍ଧୁ । ତେଣୁ ଲୋକେ ପୋଲିସକୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଜିଲ୍ଲା ପୋଲିସ ଫୋର୍ସ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ସହିତ ଶହୀଦ ପୋଲିସଙ୍କ ସ୍ମୃତି ଚାରଣ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗ କରିବା ସହିତ ନିଷ୍ଠାର ସହ ନିଜ ଦାୟିତ୍ବ ସମ୍ପନ୍ନ କରିବା ପାଇଁ ପୋଲିସ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ। ସେ ଶହୀଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ନିଜ ଉଦବୋଧନରେ ଶହୀଦ ପୋଲିସ କର୍ମଚାରୀଙ୍କୁ ମନେ ପକାଇଥିଲେ।ଏହି ସମାରୋହରେ ଅବସର ଅତିରିକ୍ତ ଡେପୁଟି କମାଣ୍ଡେନ ଉମେଶ ଚନ୍ଦ୍ର ଦାନୀ, ଜେଲର ଡିଲେଶ୍ବର ଜେନା ଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ପୋଲିସ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ, ଆଇନଜୀବୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.