ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗୁଜୁରାଟର ଧୋର୍ଡୋ ଗ୍ରାମକୁ ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ଦ୍ୱାରା ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମାନ୍ୟତା ଦିଆଯାଇଛି। ଅକ୍ଟୋବର ୧୯, ଗୁରୁବାର ଭାରତର ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ଟୁଇଟର ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ପର୍ଯ୍ୟଟନ ମନ୍ତ୍ରଣାଳୟ କହିଛି ଯେ ଧୋର୍ଡୋ ଗ୍ରାମକୁ ଏହି ସମ୍ମାନ ଏହାର ଆଦର୍ଶ ଅବଦାନକୁ ପ୍ରତିଫଳିତ କରିଥାଏ।
Here are some more pictures from #AmazingDhordo. Do have a look. pic.twitter.com/9998XY1uBy
— Narendra Modi (@narendramodi) October 20, 2023
ଧୋର୍ଡୋ ଗ୍ରାମ ଗୁଜୁରାଟର କଚ୍ଛ୍ ଜିଲ୍ଲାରେ ଅବସ୍ଥିତ। ଏହି ଗାଁଟି ଭାରତର ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ମଧ୍ୟରୁ ରଣ ଅଫ୍ କଚ୍ଛ୍ ରେ ଅବସ୍ଥିତ। ଏହା ଥର୍ ମରୁଭୂମିରେ ଲୁଣର ଏକ ଚଦର ପାଲଟିଯାଏ। ଯାହାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଦେଖିବାକୁ ଆସନ୍ତି। ଏହି ଗାଁ ଦିନରେ ସୁନ୍ଦର ଦେଖାଯାଏ କିନ୍ତୁ ରାତିରେ ଏଠାରେ ଦୃଶ୍ୟ ଚନ୍ଦ୍ର ଆଲୋକରେ ଅଧିକ ଆକର୍ଷଣୀୟ ଦେଖାଯାଏ। ଧୋର୍ଡୋ ଗାଁ ଏହାର ସୌନ୍ଦର୍ଯ୍ୟ ସହିତ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହି ଗ୍ରାମରେ ବାର୍ଷିକ ରଣ ଉତ୍ସବ ମଧ୍ୟ ଆୟୋଜିତ ହୋଇଥାଏ।
Absolutely thrilled to see Dhordo in Kutch being celebrated for its rich cultural heritage and natural beauty. This honour not only showcases the potential of Indian tourism but also the dedication of the people of Kutch in particular.
May Dhordo continue to shine and attract… https://t.co/cWedaTk8LG pic.twitter.com/hfJQrVPg1x
— Narendra Modi (@narendramodi) October 20, 2023
ଧୋର୍ଡୋ ଗ୍ରାମ ବାର୍ଷିକ ରଣ୍ ଉତ୍ସବ ପାଇଁ ପ୍ରସିଦ୍ଧ। ଏହା ଏକ ସାଂସ୍କୃତିକ ପର୍ବ ଯାହାକି ଏହି ଅଞ୍ଚଳର ପାରମ୍ପାରିକ କଳା, ସଂଗୀତ, ନୃତ୍ୟ ଏବଂ ହସ୍ତଶିଳ୍ପ ପ୍ରଦର୍ଶନ କରିଥାଏ। ଏହି ବାର୍ଷିକ ଉତ୍ସବ ଏବଂ ଏହାର ସୌନ୍ଦର୍ଯ୍ୟ ଦେଖିବାକୁ ପର୍ଯ୍ୟଟକମାନେ ପ୍ରତିବର୍ଷ ଆସନ୍ତି। ଏହି ବାର୍ଷିକ ଉତ୍ସବରେ ପର୍ଯ୍ୟଟକମାନେ ସାଂସ୍କୃତିକ ପ୍ରଦର୍ଶନ, ଲୋକ ନୃତ୍ୟ ଏବଂ ସଙ୍ଗୀତ, ଓଟ ଚାଳନା, ପାରମ୍ପାରିକ ହସ୍ତତନ୍ତ ଏବଂ ସ୍ୱାଦିଷ୍ଟ ପାରମ୍ପାରିକ ତଥା ସ୍ଥାନୀୟ ରୋଷେଇ ଉପଭୋଗ କରନ୍ତି। ପ୍ରତିବର୍ଷ ଧୋର୍ଡୋ ବାର୍ଷିକ ରଣ ଉତ୍ସବ ଅକ୍ଟୋବରର ଶେଷ ସପ୍ତାହରୁ ଆରମ୍ଭ ହୋଇ ଫେବୃଆରୀ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ। ଯଦିଓ ସାଧାରଣ ରଣ ଉତ୍ସବ କେବଳ ତିନି ଦିନ ପର୍ଯ୍ୟନ୍ତ ରହିଥାଏ, ଧୋର୍ଡୋରେ ଆୟୋଜିତ ରଣ୍ ଉତ୍ସବ୧୦୦ ଦିନରୁ ଅଧିକ ସମୟ ଧରି ଚାଲିଥାଏ।