ଇଜିପ୍ଟର କାଏରୋରେ ଭୟଙ୍କର ସଡକ ଦୁର୍ଘଟଣା, ୩୫ ମୃତ, ୬୩ ଆହତ

ଓଡ଼ିଆ ବାର୍ତ୍ତା/ କାଏରୋ: ଇଜିପ୍ଟର ରାଜଧାନୀ କାଏରୋରେ ଭୟଙ୍କର ସଡକ ଦୁର୍ଘଟଣା । ଏଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ୨୯ଟି ଯାନ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମର ଖବରମୁତାବକ, ଏକ ସୁରକ୍ଷା ଅନୁସନ୍ଧାନରୁ ଜଣାପଡିଛି ଯେ ବେହେରା ନିକଟ କାଏରୋ-ଆଲେକ୍ସଜାଣ୍ଡାରିଆ ମରୁଭୂମି ରାସ୍ତାରେ କାରରୁ ତେଲ ଲିକ୍ ହୋଇ ଏହି ଦୁର୍ଘଟଣା ଘଟିଛି । ଏହି କାରଣରୁ ୨୯ଟି ଗାଡି ପରସ୍ପର ସହ ଧକ୍କା ହୋଇଥିଲା ଯାହାଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଥିରେ ୩୫ରୁ ଉର୍ଦ୍ଧ୍ବ ଲୋକଙ୍କର ପ୍ରାଣହାନୀ ଘଟିଥିବାବେଳେ, ୬୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ଘଟଣା ସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ ଆମ୍ବୁଲାନ୍ସ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ସିନ୍ହୁଆ ଅନୁଯାୟୀ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅନେକ ଗାଡିରେ ନିଆଁ ଲାଗିଯାଇଥିଲା । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଏହି ଭୟଙ୍କର ସଡକ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ଇଜିପ୍ଟରେ ଦ୍ରୁତ ଗତିରେ ଗାଡିଚାଳନା, ସଡକ ଗୁଡିକର ଖରାପ ରକ୍ଷଣାବେକ୍ଷଣ ଏବଂ ଟ୍ରାଫିକ ନିୟମରେ ଢିଲାପଣ ଯୋଗୁଁ ପ୍ରତିବର୍ଷ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.