କ୍ଷମା ମାଗିଲେ ସୁରେଶ ଗୋପୀ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀଙ୍କୁ ଜନୈକା ମହିଳା ସାମ୍ବାଦିକଙ୍କ କାନ୍ଧରେ ହାତ ପକାଇବା ମହଙ୍ଗା ପଡ଼ିଛି । ଏଥିପାଇଁ ସେ ଶନିବାର ସଂପୃକ୍ତ ମହିଳା ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଦୁଇ ଥର ତାଙ୍କ କାନ୍ଧରେ ହାତ ରଖିଥିଲେ । ସୁରେଶ କହିଛନ୍ତି ଯେ, ସାମ୍ବାଦିକା ଜଣକ ମୋର ଏ ପ୍ରକାରର ଆଚରଣକୁ ନେଇ କ୍ଷୋଭ ପ୍ରକାଶ ଥିବାରୁ ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରୁଛି । ଯଦି ମୋର ଆଚରଣ ତାଙ୍କର ଭାବନାକୁ ଆଘାତ ଦେଇଥାଏ ଅବା କୌଣସି ପ୍ରକାରର ପ୍ରଭାବିତ କରିଥାଏ ତେବେ ତାଙ୍କ ନିକଟରେ ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି’ ବୋଲି କହିଛନ୍ତି ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀ । ଶୁକ୍ରବାର ଗୋପୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରିବା ବେଳେ ମହିଳା ସାମ୍ବାଦିକଙ୍କ କାନ୍ଧରେ ଦୁଇଥର ନିଜ ହାତକୁ ରଖି ଦେଇଥିଲେ । ପରବର୍ତ୍ତୀ ସମୟରେ ଗୋପୀଙ୍କର ଏ ପ୍ରକାରର ଅନୁପଯୁକ୍ତ ଆଚରଣକୁ ନେଇ ସାମ୍ବାଦିକ ସଂଗଠନଗୁଡ଼ିକ ଅସନ୍ତୋଷ ପ୍ରକାଶ କରିବା ସହ ବିରୋଧ କରିଥିଲେ ।ଏହି ମାମଲାରେ ଗୋପୀ କ୍ଷମା ପ୍ରାର୍ଥନା କରିବାକୁ ଦାବି କରଥିଲେ । ଏଥିସହ ସିପିଆଇ(ଏମ୍‌) ଓ ଏହାର ଯୁବ ଶାଖା ଗୋପୀଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ବରିଷ୍ଠ ନେତାମାନେ ମଧ୍ୟ ଏହାକୁ ନିନ୍ଦା କରିଥିଲେ । କଂଗ୍ରେସ ବିଧାୟକ ରମେଶ ଚେନ୍ନିଥାଲା ମତ ବ୍ୟକ୍ତ କରି କହିଛନ୍ତି ଯେ ଏଭଳି ପରିସ୍ଥିତିକୁ ଏଡ଼ାଇବା ସବୁବେଳେ ଭଲ ଏବଂ ଏବେ ଗୋପୀ କ୍ଷମା ପ୍ରାର୍ଥନା କରିଥିବାରୁ ଏହି ମାମଲାକୁ ଏହି ଠାରେ ବନ୍ଦ ରଖିବା ଉଚିିତ୍ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.