କଂଗ୍ରେସକୁ ନୀତିଶ କୁମାରଙ୍କ ସମାଲୋଚନା, ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକଠାକ୍ ତ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ଦିନ ନବଗଠିତ ବିରୋଧୀ ଗୋଷ୍ଠୀ ‘ଇଣ୍ଡିଆ’ରେ କଂଗ୍ରେସର ରଣନୀତି ବା ଉଦ୍ୟମ ଅଭାବକୁ ସମାଲୋଚନା କରିଛନ୍ତି। ଯାହା ମେଣ୍ଟରେ ଯେ ସବୁକିଛି ଠାକଠାକ ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି। ବିରୋଧୀ ଦଳକୁ ଆଗକୁ ନେବା ପାଇଁ କଂଗ୍ରେସର କୌଣସି ଆଗ୍ରହ ନାହିଁ। ବର୍ତ୍ତମାନ ଏହା କେବଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଗ୍ରହୀ ବୋଲି ସିପିଆଇ ଦ୍ୱାରା ଆୟୋଜିତ ଏକ ରାଲିରେ ନୀତିଶ କହିଛନ୍ତି। ବିଧାନସଭା ନିର୍ବାଚନ ପରେ କଂଗ୍ରେସ ମେଣ୍ଟକୁ ଗତି ଦେବା ପାଇଁ ପଦକ୍ଷେପ ନେବ ବୋଲି ଆଶା ରଖିଛି ବୋଲି ନୀତିଶ କହିଛନ୍ତି। ଦେଶର ସ୍ୱାଧୀନତା ସଙ୍ଗ୍ରାମରେ ବିଜେପିର ଭୂମିକା ଏବଂ ମହାତ୍ମା ଗାନ୍ଧୀଙ୍କ ଭୂମିକାକୁ କ୍ଷୁର୍ଣ୍ଣ କରିବାର ପ୍ରୟାସକୁ ମଧ୍ୟ ଜେଡିୟୁର ଏହି ବରିଷ୍ଠ ନେତା ସମାଲୋଚନା କରିଛନ୍ତି। ଯେଉଁମାନେ କେନ୍ଦ୍ରରେ ଅଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର କୌଣସି ଭୂମିକା ନ ଥିଲା ଏବଂ ସେମାନେ ଜନସାଧାରଣଙ୍କୁ ସଂଗଠିତ କରିଥିବା ମହାତ୍ମା ଗାନ୍ଧୀଙ୍କ ଭୂମିକାକୁ କ୍ଷୁର୍ଣ୍ଣ କରିବା ଆରମ୍ଭ କରିଦେଇଛନ୍ତି ବୋଲି ସେ କହିଛନ୍ତି। ନିକଟରେ ବିହାରରେ ହୋଇଥିବା ସାମ୍ପ୍ରଦାୟିକ ସଙ୍ଘର୍ଷ ପାଇଁ ବିଜେପି ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି। ୨୦୦୭ ମସିହା ବେଳକୁ ଆମେ ରାଜ୍ୟରେ ସାମାଜିକ ସଦ୍ଭାବ ଫେରାଇ ଆଣିଥିଲୁ। ଆଜି ଯଦି କିଛି ଘଟଣା ଘଟିଲା ତେବେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଘୃଣାର ବାତାବରଣ ସୃଷ୍ଟି କରୁଥିବା ଏହି ତତ୍ତ୍ୱମାନଙ୍କ ଯୋଗୁଁ ଘଟିଛି ବୋଲି ନୀତିଶ କହିଛନ୍ତି। ଏହି  ସମୟରେ ସେ ଯାହା ବି କହିଛନ୍ତି ବିଜେପିକୁ କିନ୍ତୁ ସେ ସିଧାସଳଖ ନାଁ ନେଇ ନାହାନ୍ତି।ବିଜେପିର ଅନେକ ନେତାଙ୍କ ସହ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ “ବ୍ୟକ୍ତିଗତ ସମ୍ପର୍କ” ବିଷୟରେ ଉଲ୍ଲେଖ କରିବାର କିଛି ଦିନପରେ ନୀତିଶ କଂଗ୍ରେସ ସମାଲୋଚନା କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା କଂଗ୍ରେସ ନୀତିଶଙ୍କ ସମାଲୋଚନାକୁ କିଭଳି ଗ୍ରହଣ କରୁଛି?

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.