ନର୍ଲା ବିଡ଼ିଓଙ୍କୁ ସାମ୍ବାଦିକ ୟୁନିଅନର ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ନୂତନ ବିଡ଼ିଓ ଭାବେ କିଛି ଦିନ ତଳେ ଯୋଗ ଦେଇଛନ୍ତି ଏମ୍ ଜଗଜ୍ଜିବନ ଚୌଧୁରୀ। ତାଙ୍କୁ ନର୍ଲା ସାମ୍ବାଦିକ ୟୁନିଅନ (ଓୟୁଜେ) ପକ୍ଷରୁ ଶନିବାର ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନୂତନ ବିଡ଼ିଓଙ୍କୁ ନର୍ଲା ସାମ୍ବାଦିକ ୟୁନିଅନର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ସୁନୀଲ କୁମାର ଧଙ୍ଗଡାମାଝୀ, ଅନୀଲ ଅଗ୍ରୱାଲ, ଦୀପକ ମହାନ୍ତି, ନିରଞ୍ଜନ ଗୌଡ଼, ସୁମିତ କୁମାର ଶର୍ମା ଓ ରଞ୍ଜନ କୁମାର ମହାନ୍ତି ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ କାର୍ଯ୍ୟରତ ଥିବା ବିଡ଼ିଓ ବାସନ୍ତୀ ସେଠୀଙ୍କୁ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକକୁ ବଦଳି ହୋଇଥିବା ବେଳେ ସେ ନୂତନ ବିଡ଼ିଓଙ୍କୁ ଦାୟୀତ୍ବ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୋରାପୁଟର ଡେପୁଟି କଲେକ୍ଟର ଦାୟିତ୍ଵରେ ରହିଥିବା ଶ୍ରୀ ଚୌଧୁରୀ ନର୍ଲା ବ୍ଳକର ବିଡ଼ିଓ ଭାବେ ଯୋଗଦାନ କରିଛନ୍ତି। ଯାହାଫଳରେ ନର୍ଲା ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ନବାଗତ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଯେଭଳି ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚି ପାରିବ ସେନେଇ କାର୍ଯ୍ୟ କରିବେ ବୋଲି ବିଡ଼ିଓ ଶ୍ରୀ ଚୌଧୁରୀ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.